Football

କରୋନାରେ ସ୍ପେନର ଯୁବ ଫୁଟବଲ କୋଚଙ୍କ ମୃତ୍ୟୁ

(ଓଡ଼ିଶା ସ୍ପୋର୍ଟ): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି। କରୋନା ଭାଇରସ ଅନେକ ଦେଶର ରାଜନେତା ଓ ଖେଳାଳିଙ୍କୁ ମଧ୍ୟ ଛାଡ଼ି ନାହିଁ । ୟୁରୋପରେ କରୋନା ନେଇ ବିପଦପୂର୍ଣ୍ଣ ସମୟ ଆସିଛି। ସମଗ୍ର ବିଶ୍ୱରେ ଏଯାଏଁ ୭୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୩୪୯ ଓ ସ୍ପେନରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ କରୋନାରେ ସ୍ପେନର ଯୁବ ଫୁଟବଲ କୋଚ ଫ୍ରାନ୍ସସ୍କୋ ଗ୍ରାସିଆ ଏହି ଭାଇରସ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଏଥଲିଟକୋ ପୋର୍ଟାଡା କ୍ଲବରେ ଗ୍ରାସିଆ କୋଚ ଥିଲେ। ସେ ୨୧ ବର୍ଷ ବୟସର ଥିଲେ। ସେ କ୍ୟାନସର ରୋଗରେ ମଧ୍ୟ ପିଡିତ ଥିଲେ। ଏହାରି ମଧ୍ୟରେ ତାଙ୍କୁ କରୋନା ଭାଇରସ ଛୁଇଁଥିଲା। ପୂର୍ବରୁ ରୋଗୀ ଥିବାରୁ ତାଙ୍କର ରୋଗ ପ୍ରତିଷେଧକ କ୍ଷମତା ହ୍ରାସ ପାଇସାରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

Related posts

ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧ

Odisha Sports Bureau

“ଅଲ ଓଡିଶା ଇଣ୍ଟର ଡିଷ୍ଟିକ ସିନିୟର ଓମେନ ରଗବୀ ଚାମ୍ପିଆନସିପ ୨୦୨୪’

ବଳକାନ ଆଥଲେଟ ପୁରସ୍କାର ପାଇଲେ ମୋଡ୍ରିଚ୍

Odisha Sports Bureau