More Sports

କାର୍ନି ସିଂ ଶୁଟିଂ ରେଞ୍ଜରେ ମାରପିଟ

(ଓଡିଶା ସ୍ପୋର୍ଟସ): ସ୍ଥାନୀୟ କାର୍ନି ସିଂ ଶୁଟିଂ ରେଞ୍ଜଠାରେ ରବିବାର ଦୁଇ ଶୁଟର ଫାୟରିଂ ପଏଣ୍ଟ ନିକଟରେ ସ୍ପଷ୍ଟ ଦିବାଲୋକରେ ମରାମରି ହୋଇଥିଲେ। ସେମାନେ ହେଲେ ବାବର ଖାଁ ଓ ଯୋଗିନ୍ଦରପାଲ ସିଂ। ଖାଁ ଛୋଟ ପୁଅ ସହ ଟ୍ରେନିଂ କରୁଥିଲେ। ଯୋଗିନ୍ଦର ଜଣେ ସମ୍ପୂର୍ଣ୍ଣ ପ୍ରାଇଭେଟ କୋଚ୍‌। ଅନ୍ୟ ଶୁଟରମାନେ ଟ୍ରେନିଂ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏକା ସମୟରେ ଅନ୍ୟ ରେଞ୍ଜରେ ଜାତୀୟ କ୍ୟାମ୍ପ ଚାଲୁଥିବାରୁ କେବଳ ଗୋଟିଏ ଶୁଟିଂ ରେଞ୍ଜ ଅନ୍ୟ ଶୁଟରଙ୍କ ଅଭ୍ୟାସ ପାଇଁ ଉପଲବ୍ଧ ରହିଥାଏ। ୧୫ ଶୁଟର ଅପେକ୍ଷା କରିଥିବାବେଳେ ଜଣେ କେତେ ରାଉଣ୍ଡ ଫାୟର କରିବ ଏ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ପରସ୍ପରକୁ ବିଧା ଗୋଇଠା ମରାମରି କରିଥିଲେ। ଏହାକୁ ଜଣେ ଅପେକ୍ଷାରତ ଶୁଟର ମୋବାଇଲରେ ଶୁଟିଂ କରିଥିଲେ। ଦୁହିଁଙ୍କୁ ଦୂରେଇ ରଖିବା ପାଇଁ ତୃତୀୟ ଲୋକ ଉଦ୍ୟମ କରିଥିଲେ, ଯାହାଙ୍କ ନିକଟରେ ଶଟଗନ ରାଇଫଲ ଥିଲା। ଏହା ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ ସୁରକ୍ଷା ନିୟମ ଭଙ୍ଗ କରୁଛି। ଏହି ଘଟଣାକୁ ଜାତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ସଭାପତି ରାନିନ୍ଦର ସିଂ ଦୁର୍ଭାଗ୍ୟଜନକ କହିବା ସହ ଉଭୟ ଶୁଟରଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ କାର୍ନି ସିଂ ଶୁଟିଂ ରେଞ୍ଜ ହେଉଛି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ସମ୍ପତ୍ତି। ସାଇ ଡିଜି ସନ୍ଦୀପ ପ୍ରଧାନ କହିଛନ୍ତି, ଦୁଇ ଶୁଟରଙ୍କ ସଦସ୍ୟତାକୁ ବାତିଲ କରାଯାଇଛି।

Related posts

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

Odisha Sports Bureau

ଯୌନ ନିର୍ଯାତନା ଅଭିଯୋଗରେ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜ ନିଲମ୍ବିତ

Odisha Sports Bureau

୧୭ତମ ସ୍ଥାନରେ ଶୁଭଙ୍କର, ଟାଇଟଲ ଜିତିଲେ ୱିଲେଟ୍

Odisha Sports Bureau