Cricket

କିକ୍ରେଟ ପଡ଼ିଆରେ ସ୍ମାର୍ଟ ବଲ

(ଓଡିଶାସ୍ପୋର୍ଟସ ): କିକ୍ରେଟ ପଡ଼ିଆରେ ସ୍ମାର୍ଟ ବଲରେ ଖେଳିବେ ଖେଳାଳୀ । ବ୍ୟାଟରେ ସେନସର୍ ଲଗାଯିବା ପରେ ଏବେ କ୍ରିକେଟରେ ‘ସ୍ମାର୍ଟବଲ୍’ ଦେଖିବାକୁ ମିଳିବ, ଯେଉଁଥିରେ ମାଇକ୍ରୋଚିପ୍ ଲାଗିଥିବ। କ୍ରିକେଟକୁ ଅଧିକ ସ୍ୱଚ୍ଛ କରିବା ପାଇଁ ନିୟମିତ କିଛି ନା କିଛି ନୂଆ ଟେକନିକର ବ୍ୟବହାର କରାଯାଉଛି।
ଏହି କ୍ରିକେଟ୍ ବଲର ଉନ୍ମୋଚନ ଅଷ୍ଟ୍ରେଲିଆର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ୍ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ କରାଯିବ।
ଅଷ୍ଟ୍ରେଲୀୟ କମ୍ପାନୀ କୋକାବୁରା ଏଭଳି ସ୍ମାର୍ଟବଲର ତିଆରି ମଧ୍ୟ କରିସାରିଛି। ସ୍ମାର୍ଟବଲର ବିକାଶ ପାଇଁ ବଲ୍ ନିର୍ମାଣକାରୀ କମ୍ପାନୀ ଟେକ୍ ଇନୋଭେଟର୍ସ ସ୍ପୋର୍ଟ୍ସ କାର୍ ସହ ଚୁକ୍ତି କରିଛି। ବଲରେ ଲାଗିଥିବା ଚିପ୍ ରିୟଲ ଟାମ୍ ଡାଟା ପ୍ରଦାନ କରିବ। ଏହି ବଲ୍ ଦେଖିବାକୁ ଠିକ୍ ପୁରୁଣା କୋକାବୁରା ବଲ୍ ଭଳି ଏବଂ ଏହା ସେହିଭଳି ମୁଭ୍ ମଧ୍ୟ କରିବ।
କିନ୍ତୁ ଏହି ବଲର ବିଶେଷତ୍ୱ ହେଉଛି, ବଲ୍ ପକାଇବା ସମୟରେ ହିଁ ଚିପରୁ ଡାଟା ମିଳିଯିବ। ଏଥିରେ ଲାଗିଥିବା ଚିପ୍ ଏହାର ସ୍ପୀଡ୍, ପ୍ରିବାଉନ୍ସ ଓ ପୋଷ୍ଟ ବାଉନ୍ସ ମଧ୍ୟ ଦର୍ଶାଇବ। କ୍ରିକେଟ୍ ମଇଦାନରେ ଏଭଳି ସ୍ମାର୍ଟବଲ୍ ଆସିବା ଦ୍ୱାରା ଅମ୍ପାୟାରଙ୍କୁ ରିଭ୍ୟୁ ସିଷ୍ଟମରେ ମଧ୍ୟ ସହାୟତା ମିଳିବ। ବିଗ୍ ବ୍ୟାଲ୍ ଲିଗରେ ଏହାର ବ୍ୟବହାର କରିବା ପରେ ଏହାକୁ ସାରା ବିଶ୍ୱସ୍ତରକୁ ଅଣାଯିବ। ସୂଚନାଯୋଗ୍ୟ, ବିଶ୍ୱକପ୍ ବେଳେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ସେନସର୍ ବ୍ୟାଟର ବ୍ୟବହାର କରିଥିଲେ।

Related posts

ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ କାମ କରିବାକୁ ପଡ଼ିବ: ଗାଙ୍ଗୁଲି

Odisha Sports Bureau

୧୫ରେ ଭାରତରେ ହେବ ଭାରତ-ପାକିସ୍ଥାନ ମହା ମୁକାବିଲା

ଷଷ୍ଠ ଥର ଚାମ୍ପିଅନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

Odisha Sports Bureau