Cricket

କୋଚ ଚୟନ: ରବିଙ୍କ ପାଇଁ ଚ୍ୟାଲେଞ୍ଜ ହେବେ ମୁଡ୍ଡି

(ଓଡିଶାସ୍ପୋର୍ଟସ୍): ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପାଇଁ ବିସିସିଆଇକୁ ୨ ହଜାରରୁ ଅଧିକ ଆବେଦ ପତ୍ର ମିଳିଛି । ବର୍ତ୍ତମାନର କୋଚ ରବି ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେବା ପରି ମଧ୍ୟ ଅନେକ ଆବେଦକ ରହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଲ୍ରାଉଣ୍ଡର ଟମ୍ ମୁଡ୍ଡି, ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ରବୀନ୍ ସିଂ ଓ ଲାଲ୍ଚାନ୍ଦ ରାଜପୁତ ତଥା ବର୍ତ୍ତମାନର କିଙ୍ଗିସ୍ ଏକାଦଶ ପଞ୍ଜାବର ମୁଖ୍ୟ କୋଚ୍ ମାଇକ୍ ହେସନ୍ ।
ବାଙ୍ଗାଲୋର ମିରର୍ ରିପୋର୍ଟ ଅନୁସାରେ, ବିସିସିଆଇ କେବେ ଆଶା କରି ନ ଥିଲା, ଏତେ ସଂଖ୍ୟକ ଆବେଦନ ପତ୍ର ଆସିବ । ମୁଖ୍ୟ କୋଚ୍ ଦୌଡ଼ରେ ଟମ୍ ମୁଡ୍ଡିଙ୍କ ନାମ ଶୀର୍ଷରେ ରହିଛି ଓ ତାଙ୍କୁ ଚୟନ କରାଯିବାର ସମ୍ଭାବନା ମଧ୍ୟ ରହିଛି। ମୁଡ୍ଡି ଜଣେ ଅଭିଜ୍ଞ କୋଚ ରହିଛି । ସେ ବିଭିନ୍ନ ଦଳ ପାଇଁ ମଧ୍ୟ ତାଲିମ ଦେଇଛନ୍ତି । ଦୁଇ ହଜାର ଆବେଦନକାରୀଙ୍କ ମଧ୍ୟରେ ବିଶ୍ୱର ଏଭଳି ନାମଜାଦା ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ସମସ୍ତେ ଜଣେ ଜଣେ ଯୋଗ୍ୟ ପ୍ରାର୍ଥୀ । ତେଣୁ କୋଚ ଚୟନରେ ବିସିସିଆଇ ପାଇଁ ଚ୍ୟାଲେଞ୍ଜ ଠାରୁ କୌଣସି ଗୁଣରେ କମ ହେବ ନାହିଁ ।

Related posts

ଚେନ୍ନାଇ ସୁପର କିଙ୍ଗସକୁ ୩୫ ରନରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ

୨୦୨୨ରେ ହରଭଜନଙ୍କ ନୂଆ ଅବତାର

Odisha Sports Bureau

ଆଇପିଏଲରେ ଛକାରେ ରେକର୍ଡ଼ କରିଥିବା ଖେଳାଳୀ

Odisha Sports Bureau