Cricket

ଖୁବ ଶୀଘ୍ର ବିସିସିଆଇ ନିର୍ବାଚନ

ଖୁବ ଶୀଘ୍ର ଆରମ୍ଭ ହେବ ବିସିସିଆଇ ନିର୍ବାଚନ । ପାଖାପାଖି ଅଢ଼େଇ ବର୍ଷ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କ୍ରିକେଟ ପ୍ରଶାସକଙ୍କ କମିଟି ଉଦ୍ୟମ କରିଥିଲା ଥିଲା ଯେ କିପରି ଭାବେ ନିର୍ବାଚନ ପ୍ରକିୟା ଆରମ୍ଭ କରାଯିବ । ଏବେ ଏହି ଉଦ୍ୟମ ଖୁବ୍ ଶୀଘ୍ର ସଫଳ ହେବାକୁ ଯାଉଛି। ସିଓଏ ମୁଖ୍ୟ ବିନୋଦ ରାୟ ଶୁକ୍ରବାର କହିଛନ୍ତି, ବିସିସିଆଇ ଅକ୍ଟୋବର ୨୨ରେ ପ୍ରସ୍ତାବିତ ନିର୍ବାଚନ ପ୍ରକ୍ରିୟା ପାଇଁ ସଠିକ ଭାବେ କାମ କରୁଛି ଏବଂ ଆଶା କରାଯାଉଛି ଯେ, ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ।

ଏବେ ବିସିସିଆଇର ସମ୍ବିଧାନ ଅନ୍ତଗର୍ତ ୩୦ଟି ରାଜ୍ୟର କ୍ରିକେଟ୍ ସଂଘ ସାମିଲ ହୋଇସାରିଛନ୍ତି। ରାଜ୍ୟ କ୍ରିକେଟ ସଂଘଗୁଡ଼ିକର ‘ବିସିସିଆଇ’ର ସମ୍ବିଧାନ ଅନ୍ତର୍ଗତ କାମ କରିବା ଏହି ପୂରା ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଅଂଶ। କେଉଁ ରାଜ୍ୟଗୁଡ଼ିକ ବିସିସିଆଇ ସହ ସଂପର୍କ ନାହିଁ ବୋଲି ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ବିନୋଦ ରାୟ କହିଛନ୍ତି, ହରିୟାଣା ଓ ତାମିଲନାଡୁ ଆମ ସହିତ ନାହାନ୍ତି। ଏବାବଦରେ ଆମେ କିଛି କହିପାରିବୁ ନାହିଁ। ଆଗାମୀ ସେପ୍ଟେମ୍ବର ୧୬ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ।

Related posts

‘ରନ୍ ମଶିନ୍’ ଏବଂ ‘ହିଟ୍ ମ୍ୟାନ୍’ଙ୍କ ମଧ୍ୟରେ ହେବ ରେକର୍ଡର ସବୁଠାରୁ ବଡ ଯୁଦ୍ଧ

Odisha Sports Bureau

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ଆଜିଠୁ ଅନଲାଇନ ଟିକେଟ୍ ବିକ୍ରି

Odisha Sports Bureau

ଘୋଷଣା ହେଲା ସିଡ୍ୟୁଲ୍, ଜୁନ୍‌ ୧୨ରୁ ମହିଳା ଟି-୨୦ ବିଶ୍ବକପ୍‌

Odisha Sports Bureau