More Sports

ଖୁବ ଶୀଘ୍ର ହଟ ସିଟରେ ନଜର ଆସିବେ ଦୂତୀ

(ଓଡ଼ିଶା ସ୍ପୋର୍ଟସ): ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ ସୋ କୌନ ବନେଗା କରୋଡ଼ପତି ର ୧୧ ତମ ସିଜନ ଆରମ୍ଭ ହୋଇ ଯାଇଛି । ଇତି ମଧ୍ୟରେ ବିଭିନ୍ନ ପ୍ରତିଯୋଗୀଙ୍କୁ କୌନ ବନେଗା କରୋଡ଼ପତି ଚୌକିରେ ଦେଖିବାକୁ ମିଳିଛି । ତେବେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ବି କୌନ ବନେଗା କୋରୋଡ଼ପତିର ହଟ ସିଟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।
କୌନ ବନେଗା କରୋଡ଼ପଡ଼ି ରେ ବିଗ ବିଙ୍କ ସାମନାରେ ହଟ ସିଟରେ ବସିବେ ଦୂତୀ ଚାନ୍ଦ ଏବଂ ବଲିଉଡ଼ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଇ ଖେଳିବେ ଓଡ଼ିଶାର ଦୌଡ଼ରାଣୀ ଦୂତୀ । କୌନ ବନେଗା କରୋଡ଼ପତି ସୁଟିଂ ପାଇଁ ଦୂତୀ ଖୁବ ଶୀଘ୍ର ମୁମ୍ବାଇ ଯିବେ ବୋଲି କୁହାଯାଉଛି ।
ମେଗା ସୋ କେବିସି ପୂର୍ବରୁ ଦୂତୀ କମେଡ଼ିଆନ କପିଲ ଶର୍ମାଙ୍କ ସୋରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ସେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ପ୍ରଶଂସା ସାଉଁଟିଥିଲେ । ଆଉ ଏବେ କେବିସିରେ ଭାଗ ନେଇ ଓ ବିଗ ବିଙ୍କୁ ଭେଟିବା ପାଇଁ ଦୂତୀ ବେଶ ଉତ୍ସାହିତ ଥିବା ସହିତ ଓଡ଼ିଶାବାସୀବି ତାଙ୍କୁ ସୋ କୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

Related posts

ଭାରତୀୟ ଟିମର ଚୟନ ନୂଆ କମିଟି କରିବ: ସୌରଭ ଗାଙ୍ଗୁଲି

ଭାରତର ୬୫ତମ ଗ୍ରାଣ୍ଡମାଷ୍ଟର ହେଲେ ରୌନକ ସାଧୱାନୀ

Odisha Sports Bureau

ପୁଣି ନୀରଜଙ୍କୁ ସରପ୍ରାଇଜ

Odisha Sports Bureau