More Sports

ଖେଲୋ ଇଣ୍ଡିଆ, ଓଡ଼ିଶାକୁ ସ୍ୱର୍ଣ୍ଣ

(ଓଡ଼ିଶା ସ୍ପୋର୍ଟ): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ । ଦଳଗତ ପୁରୁଷ ତୀରନ୍ଦାଜ ରିକର୍ଭରେ କିଟ୍ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ଟିମରେ ଅଛନ୍ତି କିଟ୍ ଛାତ୍ର ରଞ୍ଜିତ ନାୟକ, ସୂର୍ୟ୍ୟମଣି ମାଝୀ ଓ ଶ୍ରବଣ କୁମାର ମାଡାଙ୍ଗୀ । ଆଜି ପ୍ରଥମ ମେଡାଲ ଭେଟି ଦେଇଥିଲେ କିଟ୍ ବିଶ୍ୱବିଦ୍ୟାଳୟର ତୀରନ୍ଦାଜ ଖେଳାଳି ରଞ୍ଜିତ ନାୟକ । ଆର୍ଚେରୀ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ପରେ ଭାରୋତ୍ତୋଳନରେ ମେଡାଲ୍ ଦେଇଥିଲେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର କୁମ୍ଭେଶ୍ୱର ମଲ୍ଲିକ । ସେ ୫୫ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କିଟ୍ ବିଶ୍ୱବିଦ୍ୟାଳୟ ମୋଟ୍ ୩ଟି ପଦକ ହାତେଇଛି ।

Related posts

ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଫାଇନଲରେ ବିଜୟୀ

Odisha Sports Bureau

ମେସି,ରାପିନୋ ଫିଫା ସର୍ବଶ୍ରେଷ୍ଠ ଖେଳାଳି

Odisha Sports Bureau

ଭାରତର ୧୯ ବର୍ଷୀୟ ବୈଶାଳୀ ପୂର୍ବତନ ବିଶ୍ୱ ଚାମ୍ପିୟନ ଷ୍ଟିଫାନୋଭାଙ୍କୁ ପରାସ୍ତ କରିଛନ୍ତି