Hockey

ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଅପରାଜେୟ ରେକର୍ଡ

(ଓଡିଶା ସ୍ପୋର୍ଟ): ଇଟାଲୀର ଟପ୍ ଫୁଟ୍ବଲ କ୍ଲବକୁ ନେଇ ଚାଲିଥିବା ସିରିଏ ଏ’ ପ୍ରତିଯୋଗିତାର ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଳମ୍ବିତ ଗୋଲବଳରେ ୧୦ ଖେଳାଳି ବିଶିଷ୍ଟ ଜୁଭେଣ୍ଟସ୍ ୨-୨ରେ ଆଟାଲାଣ୍ଟା ବିପକ୍ଷରେ ମ୍ୟାଚ୍ ଡ୍ର ରଖିଛି। ଏଥିସହ ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଏହାର ଅପରାଜେୟ ରେକର୍ଡ ବଜାୟ ରଖିବାରେ ସଫଳ ହୋଇଛି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ବଦଳ ଖେଳାଳିଭାବେ ରୋନାଲ୍ଡୋ ପଡ଼ିଆକୁ ପ୍ରବେଶ କରିଥିଲେ। ସେତେବେଜେ ଜୁଭେଣ୍ଟସ ୧-୨ ଗୋଲରେ ପଛୁଆ ରହି ପରାଜୟ ଆଶଙ୍କାରେ ଥିଲା। ତେବେ ରୋନାଲ୍ଡୋ ୭୮ତମ ମିନିଟ୍ରେ ପ୍ରତିପକ୍ଷ ଗୋଲପୋଷ୍ଟ ପାଖରେ ହେଡ୍ ଜରିଆରେ ଏକ ସୁନ୍ଦର ଗୋଲ କରି ମ୍ୟାଚ୍କୁ ଡ୍ର’ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସିରିଏ ଏ’ ପ୍ରତିଯୋଗିତାରେ ରୋନାଲ୍ଡୋଙ୍କ ଏହା ୧୨ତମ ଗୋଲଥିଲା। ଗତ ଜୁଲାଇରେ ୯୯.୨ ମିଲିୟନ ଆମେରିକୀୟ ଡଲାରରେ ଜୁଭେଣ୍ଟସ୍ ଦଳ ସହ ଯୋଗଦେବା ପରେ ରୋନାଲ୍ଡୋ ପ୍ରଥମଥର ପାଇଁ ଖେଳ ଆରମ୍ଭରୁ ବେଞ୍ଚ୍ରେ ବସିଥିଲେ ଏବଂ ପରେ ପଡ଼ିଆକୁ ପ୍ରବେଶ କରିଥିଲେ। ମ୍ୟାଚ୍ର ୫୩ତମ ମିନିଟ୍ରେ ଉରୁଗୁଏର ରୋଡ୍ରିଗୋ ବେଣ୍ଟାନକର ରେଡ କାର୍ଡ ପାଇ ପଡ଼ିଆ ଛାଡ଼ିବା ପରେ ଜୁଭେଣ୍ଟସ୍ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଜୁଭେଣ୍ଟସ ୧୮ ମ୍ୟାଚ୍ରୁ ୧୬ ବିଜୟ ଓ ୨ ଡ୍ର ସହ ୫୦ ପଏଣ୍ଟ ପାଇ ୨୦ ଦଳୀୟ ଟେବୁଲ ତାଲିକାର ଶୀର୍ଷରେ ରହିଛି।

Related posts

ଆସନ୍ତାକାଲି ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା

Odisha Sports Bureau

ପୁରୁଷ ହକିବିଶ୍ୱକପରେ ଖେଳାଳିଙ୍କ ଆଜିଠାରୁ ଘର ମୁହାଁ ପର୍ବ

Odisha Sports Bureau

ଭାରତୀୟ ମହିଳା ହକି ଦଳ ଘୋଷଣା ୬ ଜଣ ଓଡ଼ିଆ

Odisha Sports Bureau