Cricket

ଜାନୁଆରୀ ୭ରୁ ଇନ୍ଦୋର ଟି-୨୦ମ୍ୟାଚ

(ଓଡ଼ିଶା ସ୍ପୋର୍ଟ): ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ) ତରଫରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାବର୍ଷ ଜାନୁଆରୀ ୭ ତାରିଖରେ ଖେଳାଯିବାକୁଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ଟିକେଟ୍ ଦର ଘୋଷଣା କରିଛି। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ସାଧାରଣ ଦର୍ଶକଙ୍କ ପାଇଁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି।

ଏ ନେଇ ଏମପିସିଏର ଜଣେ ଅଧିକାରୀ କହିଛନ୍ତି, ହୋଲକର ଷ୍ଟାଡିୟମରେ ଆୟୋଜିତ ଏହି ଟି-୨୦ ଅନ୍ତର୍ଜାତୀୟ ମୁକାବିଲାର ପ୍ରତ୍ୟକ୍ଷଦର୍ଶୀ ହେବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ ଆମେ ଯଥାସମ୍ଭବ ଶସ୍ତାରେ ଟିକେଟ୍ ଉପଲବ୍ଧ କରିବାକୁ ଚାହୁଁଛୁ। ଏଥିପାଇଁ ଆମେ ସର୍ବନିମ୍ନ ଟିକେଟ୍ ଦର ୫୦୦ ଟଙ୍କା ଧାର୍ୟ୍ୟ ରଖିଥିବା ବେଳେ ସର୍ବାଧିକ ୪୯୨୦ ଟଙ୍କା ରହିଛି। ଏହି ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୨୭ହଜାର ରହିଛି।

ଅଧିକାରୀ ଜଣକ କହିଛନ୍ତି, ଟିକେଟର ଅନଲାଇନ୍ ବୁକିଂ ବୁଧବାର ସକାଳ ୬ଟାରୁ ଆରମ୍ଭ ହେବ। ଭାରତୀୟ ଟିମ୍ ତା’ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ଜାନୁଆରୀ ୫ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସିରିଜର ତିନୋଟି ଯାକ ମ୍ୟାଚ୍ ଯଥାକ୍ରମେ ଗୌହାଟୀ, ଇନ୍ଦୋର ଓ ପୁଣେରେ ଖେଳାଯିବ।

Related posts

ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର

Odisha Sports Bureau

ଗିରିଶ ପଡିଆରେ ସୋନି ସାଗର ଚାଲେଞ୍ଜ ଟ୍ରଫି ୨୦୨୩ ଅନୁଷ୍ଟିତ, ନିକିରାଇ ଟିମ୍କୁ ହରାଇ ସାନ ଇଲେଭେନ ଭୁବନେଶ୍ୱର ବିଜୟୀ

Odisha Sports Bureau

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ

Odisha Sports Bureau