Cricket

ଟେଷ୍ଟ କିକ୍ରେଟରେ ଅମ୍ପାୟାର ହେବେ ନୀତିନ ମେନନ

(ଓଡିଶାସ୍ପୋର୍ଟସ ): ଟେଷ୍ଟ କିକ୍ରେଟରେ ଅମ୍ପାୟାର ଭାବେ ଡ଼େବ୍ୟୁ କରିବେ ଭାରତର ନୀତୀନ ମେନନ୍ । ଆସନ୍ତା ନଭେମ୍ବର ୨୭ ତାରିଖରେ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଡେରାଡୁନରେ ହେବାକୁଥିବା ଟେଷ୍ଟ ମ୍ୟାଚ୍ ପାଇଁ ନୀତୀନଙ୍କୁ ଫିଲ୍ଡ ଅମ୍ପାୟାର ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ନରେନ୍ଦ୍ର ମେନନଙ୍କ ପୁଅ ନୀତୀନ ୨୦୦୫ରେ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ରାଜ୍ୟ ପ୍ୟାନେଲରେ ଅମ୍ପାୟାର ହୋଇଥିଲେ। ସେ ୫୭ ପ୍ରଥମଶ୍ରେଣୀ ମ୍ୟାଚ୍ ବ୍ୟତୀତ ୨୨ ଦିନିକିଆ, ୯ ଟି-୨୦ ଏବଂ ୪୦ ଆଇପିଏଲ୍ ମ୍ୟାଚରେ ଅମ୍ପାୟାର ରହିସାରିଛନ୍ତି।
ନୀତୀନ ଆଇସିସିର ଏଲିଟ୍ ପ୍ୟାନେଲରେ ସାମିଲ୍ ହେବା ନେଇ ଲକ୍ଷ୍ୟ ରଖିଛନ୍ତି। ଏପର୍ୟ୍ୟନ୍ତର ଅଭିଯାନ ନେଇ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ନୀତୀନ କହିଛନ୍ତି, ବିସିସିଆଇର ଘରୋଇ ମ୍ୟାଚର ଅଭିଜ୍ଞତା ଯୋଗୁ ମୁଁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିଛି।

Related posts

ଏଜବେଷ୍ଟନ ଟେଷ୍ଟ : ଶୋଚନୀୟ ଭାବେ ପରାଜିତ ହେଲା ଭାରତ

ସ୍ଲୋ ଓଭର ରେଟ ପାଇଁ କେଏଲ ରାହୁଲ ଓ ଋତୁରାଜଙ୍କ ଉପରେ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨: ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

Odisha Sports Bureau