More Sports

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଦିବ୍ୟାଂଶ

(ଓଡିଶା ସ୍ପୋର୍ଟ): ଖୁବ କମ ବୟସରେ ବଡ଼ ସଫଳତା ହାସଲ କରିଛନ୍ତି ଏହି ଅଲମ୍ପିଆନ । ବୟସ ମାତ୍ର ୧୬ ବର୍ଷ । ହେଲେ ଏଇ ବୟସରେ ବଡ଼ ବଡ଼ ଦିଗବିଜୟ ଙ୍କୁ ପଛରେ ପକାଇ ସେ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ହେଉଛନ୍ତି ଦିବ୍ୟାଂଶ ସିଂହ ପଓ୍ଵଁର । ଚୀନ୍ର ରାଜଧାନୀ ବେଜିଂରେ ଚାଲିଥିବା ଆଇଏସ ଏସଏଫ ବିଶ୍ୱ କପ୍ ସୁଟିଂ ଚାମ୍ପିଅନ୍ସିପ୍ରେ ସେ ରୌପ୍ୟ ପଦକ ଜିତିଛନ୍ତି । ୧୦ ମିଟର ଏୟାର ରାଇଫଲରେ ଦିବ୍ୟାଂଶ ଏହି ସଫଳତା ହାସଲ କରିଛନ୍ତି । ସେ ୨୪୯ ପଏଣ୍ଟ ପାଇଥିବା ବେଳେ ମାତ୍ର ୦.୦୪ ପଏଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଚୀନ ପ୍ରତିଯୋଗୀ ଠାରୁ ପଛରେ ରହି ଯାଇଥିଲେ ।

ଏହି ପ୍ରତିଯୋଗିତାରେ ଦିବ୍ୟାଂଶ ଆଜି ଦ୍ୱିତୀୟ ପଦକ ଜିତିଛନ୍ତି । ଗତକାଲି ସେ ଅଞ୍ଜୁମ ମୋଦିଗଲଙ୍କ ସହ ମିଶି ୧୦ ମିଟର ଏୟାର ରାଇଫଲ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ବର୍ଗରେ ପଦକ ଜିତିବାରେ ଦିବ୍ୟାଂଶ ହେଉଛନ୍ତି ଭାରତର ପ୍ରଥମ ଖେଳାଳି ।

Related posts

ଏନବିଏ ଖେଳୁଥିବା ପ୍ରଥମ ଭାରତୀୟ ସତ୍ୟନମ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ

Odisha Sports Bureau

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ନୀରଜଙ୍କୁ ମିଳିଲା ସ୍ୱର୍ଣ୍ଣ

Odisha Sports Bureau