More Sports

ନୀରଜଙ୍କୁ ମିଳିଲା ସ୍ୱର୍ଣ୍ଣ

ଟୋକିଓ(ଓଡିଶା ସ୍ପୋର୍ଟସ): ଶେଷ ହେଲା ଦୀର୍ଘ ଶହେ ବର୍ଷର ଅପେକ୍ଷା । ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ପ୍ରତିଯୋଗୀ । ଭାରତ ପାଇଁ ଗୌରବ ପାଲଟିଛନ୍ତି ୨୩ ବର୍ଷୀୟ ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ସୁନା ପୁଅ ପାଲଟିଛନ୍ତି ନୀରଜ । ଏଥିସହିତ ସେ ଦେଶ ପାଇଁ ଚଳିତ ଅଲିମ୍ପିକର ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଭେଟି ଦେଇଛନ୍ତି ।
ପ୍ରଥମ ଉଦ୍ୟମରେ ୮୭.୦୩ ମିଟର ଥ୍ରୋ କରିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସର୍ବାଧିକ ୮୭.୫୮ ମିଟର ଥ୍ୟେ କରି ଇତିହାସରେ ନିଜ ନାମ ଲିପିବଦ୍ଧ କରିଛନ୍ତି । ଏହାଦ୍ୱାରା ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି ନୀରଜ । ତେବେ ତୃତୀୟ ଉଦ୍ୟମରେ ୭୬. ୭୯ ମିଟରର ଥ୍ରୋ କରି ପାରିଥିଲେ । ଏହାପରେ ନୀରଜଙ୍କ ନିକଟକୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।

Related posts

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

ବସ୍ତିରେ ରହି ସ୍ୱପ୍ନ ଦେଖୁଥିବା ଖେଳାଳିଙ୍କ ଘରେ ପହଞ୍ଚିଥିଲେ ପେଟ୍ରା

ଓପନ ଟିଟି ଟାଇଟଲ୍ ଜିତିଲେ ହରମୀତ ଦେଶାଇ

Odisha Sports Bureau