More Sports

ଟ୍ରାକ୍ ଏସିଆ କପ୍ ୨୦୧୯: ଜୁନିଅର ଏସିଆ ରେକର୍ଡ ସୃଷ୍ଟି କଲେ ରୋନାଲ୍ଡୋ

(ଓଡିଶାସ୍ପୋର୍ଟସ ): ମଙ୍ଗଳବାର ଦିନ ଟ୍ରାକ୍ ଏସିଆ କପ୍ ସାଇକେଲିଙ୍ଗ୍ ପ୍ରତିଯୋଗିତାର ଶେଷ ଦିନରେ ରୋନାଲ୍ଡୋ ଲେତୋନାମା ସାନଦାର ପ୍ରଦର୍ଶନ କରି ଜୁନିୟର ଏସିଆ ରେକର୍ଡ ସୃଷ୍ଟି କରିଛନ୍ତି । ଫଳରେ ଭାରତ ଚାରୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ।
ଇନ୍ଦୀରା ଗାନ୍ଧୀ ୱେଲଡ୍ରମ ଖେଳ ପଡିଆରେ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତ ମୋଟ ୧୦ ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୭ଟି କାଂଶ୍ୟ ପଦକ ସହିତ ଶୀର୍ଷରେ ରହିଅଛି । ମେଜବାନ ଟିମ୍ ଶେଷ ଦିନରେ ୨ଟି ସ୍ୱର୍ଣ୍ଣ ଏବଂ ୧ଟି ରୌପ୍ୟ ପଦକ ହାସଲ କରିଛି ।
ଉଜବେକିସ୍ତାନ ୪ଟି ସ୍ୱର୍ଣ୍ଣ ଏବଂ ୩ଟି ରୌପ୍ୟ ପଦକ ସହିତ ଦିତ୍ୱୀୟ ସ୍ଥାନରେ ରହିଥିବାବେଳେ ମାଲେସିଆ ଚାରୋଟି ସ୍ୱର୍ଣ୍ଣ ଏବଂ ୧ଟି ରୌପ୍ୟ ପଦକ ସହିତ ତୃତୀୟ ସ୍ଥାନରେ ରହିଛି । ପୁଣିଥରେ ରୋନାଲ୍ଡୋ ଜୁନିଅର ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ପ୍ରମୁଖ ଖବରକୁ ଆସିଛନ୍ତି । ଏହା ରୋନାଲ୍ଡୋଙ୍କ ପ୍ରତିଯୋଗିତାର ଚତୁର୍ଥ ସ୍ୱର୍ଣ୍ଣ ଅଟେ । ଜୁନିଅର ବିଶ୍ୱ ଚମ୍ପିଆନସିପର ସଦସ୍ୟ ରହିସାରିଥିବା ରୋନାଲ୍ଡ ଏହା ପୂର୍ବରୁ ପ୍ରିଣ୍ଟ୍, ୧ କିମି ଟ୍ରାୟଲ ଟେଲର ଏବଂ ଟିମ୍ ସ୍ପ୍ରିଟ ଜୁନିୟର ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କେରିନ୍ ଟୁର୍ଣ୍ଣାମେଣ୍ଟରେ ରୋନାଲ୍ଡ କାଜାକସ୍ତାନର ଆର୍ଲନବେକ ଏବଂ ଏଲେକ୍ସାଂଦ୍ର ସଫାରୋୱଙ୍କୁ ପଛରେ ପକାଇଥିଲେ, ଯେ କି ରୌପ୍ୟ ଏବଂ କାଂଶ୍ୟ ପଦକ ହାସଲ କରିଛନ୍ତି ।
ରୋନାଲ୍ଡୋ ଲେତୋନଜାମ ଟ୍ରେକ୍ ଏସିଆ କପ ଷଷ୍ଠତମ ସିଜିନର ଦ୍ୱିତୀୟ ଦିନରେ ମଙ୍ଗଳବାର ଦିନ ଭଲ ପ୍ରଦର୍ଶନ କରି ଜୁନିଅର ଏସିଆ ରେକର୍ଡ ବନାଇଛନ୍ତି । ଏହା ସହିତ ଭାରତ ୪ଟି ପଦକ ଜିତିଛନ୍ତି । ରୋନାଲ୍ଡୋ ୨୦୦ ମିଟର ଟାଇମ୍ ଟ୍ରାଏଲ ଇଭେଣ୍ଟର କ୍ୱାଲିଫାଇ ରାଉଁଣ୍ଡରେ ୧୦.୦୬୫ ସେକେଣ୍ଡର ସମୟ ନେଇ ଚୀନର ଲେୟୁଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲିୟୁ୨୦୧୮ ମସିହାରେ ୧୦.୧୪୯ ସେକେଣ୍ଡ ସମୟ ନେଇ ଏହି ରେକର୍ଡ କରିଥିଲେ ।

Related posts

ମାର୍ଚ୍ଚରେ ଚୟନ ହେବ ତୀରନ୍ଦାଜର ଅଲିମ୍ପିକ୍ ଦଳ

Odisha Sports Bureau

୨୫ ରୁ ୬୮ତମ ସିନିୟର ଜାତୀୟ ଭଲିବଲ୍ ଚାମ୍ପିୟନସିପ୍ ୨୦୧୯ ଅନୁଷ୍ଠିତ

Odisha Sports Bureau

୨୦୦ ତମ ମ୍ୟାଚ ଖେଳିଲେ ହକି ଗୋଲକିପର ସବିତା

Odisha Sports Bureau