Tennis

ତ୍ରିବେଣୀ କପ -୨୦୧୯ ଦ୍ୱିତୀୟ ଦିନରେ

(ଓଡିଶା ସ୍ପୋର୍ଟ): (ପ୍ରିୟଦର୍ଶନୀ ସ୍ୱାଇଁ/ରିପୋଟରର୍ସ ଟୁଡ଼େ): ଭୁବନେଶ୍ୱର ସ୍ଥାନୀୟ ଆଇଆରସି ଭିଲେଜ୍ ସ୍ଥିତ ଏଲ୍ ଏଲ୍ ସି ସି ପଡ଼ିଆ ରେ ଗୁରୁବାର ‘ତ୍ରିବେଣୀ କପ୍’ -୨୦୧୯ଟେନିସ୍ ବଲ୍ କ୍ରିକେଟ୍ ର ତ୍ରୟୋଦଶ ସଂସ୍କରଣ ପୁର୍ବତନ ପୁଲିସ ଡ଼ିଜି ସଂଜୀବ ମାରିକଙ୍କ ଉପସ୍ଥିତିରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ସହ ସମ୍ମାନିତ ଅତିଥିଭାବେ ତ୍ରିବେଣୀ ଗ୍ରୁପ ଅଫ କମ୍ପାନୀର ନିର୍ଦେଶକ ଶ୍ରୀ ସାଗର ରଞ୍ଜନ ସ୍ୱାଇଁ ଯୋଗ ଦେଇ ଆଗାମୀ ଦିନରେ କ୍ରିକେଟ ପ୍ରତିଯୋଗୀମାନେ ରାଜ୍ୟ ବାହାରେ ପରିଚୟ ସୃଷ୍ଟି କରିବା ସହ କ୍ରିଡ଼ାପ୍ରୀତି ଜାରି ରହୁ ବୋଲି ଉଦ୍ବୋଧନା ଦେଇଥିଲେ । ସେପଟେ ଦ୍ୱିତୀୟ ସନ୍ଧ୍ୟାରେ ମଇଦାନକୁ ଓଲ୍ଲାଇଥିବା କ୍ରିକେଟପ୍ରତିଯୋଗୀମାନେ ବେଶ୍ ଉତ୍ସାହିତ ଥିବା ବେଳେ ଏଲ୍ ଏଲ୍ ସି ସି ଟିମ୍ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଭରପୁର ସହଯୋଗ କରିଥିବା ଦେଖବାକୁ ମିଳିଛି । ଏହା ଆଉ ଦୁଇଦିନ ଚାଲିବାକୁ ଥିବା ସମୟରେ ଵିଜେତା ଦଳକୁ ୧ ଲକ୍ଷ ଏବଂ ଉପବିଜେତା ଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ଏବଂ ମ୍ୟାଚ ଓ ଶୃଙ୍ଖଳା ଶ୍ରେଷ୍ଠ ଖେଳାଳିଙ୍କ ସହ ଶ୍ରେଷ୍ଠ କ୍ଷେତ୍ରରକ୍ଷକ, ଶ୍ରେଷ୍ଠ ବୋଲର ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଆକର୍ଷଣୀୟ ପୁରସ୍କାର ଦିଆଯିବ।

Related posts

ଅଷ୍ଟ୍ରେଲିଆ ଓପନ୍ ରେ ଫେଡେରର୍ ତୃତୀୟ ରାଉଣ୍ଡରେ ପ୍ରବେଶ

Odisha Sports Bureau

ବାଙ୍ଗାଲୁର ଓପନ ସେମିଫାଇନାଲରେ ପେସ୍-ଏବଡନଙ୍କ ଯୋଡି

Odisha Sports Bureau

ସେମଫାଇନାଲ୍‌ରେ ଭାରତର ଶିବତେଜ ଶିର୍ଫୁଲେ ଏବଂ ମାୟା ରାଜେଶ୍ବରନ ରେବତୀ ପ୍ରବେଶ କରିଛନ୍ତି

Odisha Sports Bureau