More Sports

ଥଲାଇବାଜକୁ ପରାସ୍ତ କରି ତାଲିକାର ଶୀର୍ଷରେ ବଙ୍ଗଳା

(ଓଡିଶ।। ସ୍ପୋର୍ଟସ) : ସୁକେଶ ହେଗଡେ(୬ଅଙ୍କ), ମୋହମ୍ମଦ ନବିବକ୍ସ୍(୭ଅଙ୍କ) ଏବଂ ରିଙ୍କୁ ନରୱାଲ(୫ ଅଙ୍କ) ଭଲ ଖେଳ ସାହାଯ୍ୟରେ ବଙ୍ଗଳା ୱାରୟସ ପ୍ରୋ କବାଡି ଲିଗ ମୁକାବିଲର ବୁଧବ।।ର ଦିନ ତାମିଲ ଥଲାଇବାଜକୁ ୩୩-୨୯ରେ ପରାସ୍ତ କରିଥିଲା । ଏହି ବିଜୟ ସହିତ ବଙ୍ଗଳା ୱାରିୟର୍ସର ଟିମ୍ ୮୩ ଅଙ୍କ ସହିତ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି । ରାହୁଲ ଚୌଧୁରୀ ଥଲାଇବାଜ ଟିମ୍ ପାଇଁ ୭ ଅଙ୍କ ସଂଗ୍ରହ କରିଥିଲେ କିନ୍ତୁୁ ଟିମକୁୁ ଆଉଏକ ପରାଜୟରୁ ପଞ୍ଚାଇପାରି ନଥିଲେ । ତାମିଲ ଥଲାଇବାଜ ଟିମ୍ ୨୨ ମ୍ୟାଚରୁ ୩୭ ଅଙ୍କ ସହିତ ତାଲିକର ଶେଷରେ ୧୨ତମ ସ୍ଥାନ ସହିତ ନିଜର ଅଭିଯାନକୁ ଶେଷ କରିଛି । ବଡ ବଡ ଖେଳାଳୀଙ୍କ ସହିତ ଭରି ରହିଥିବା ଚେନ୍ନାଇ ଟିମ୍ ପୁରା ଟୁର୍ଣ୍ଣାମେଣ୍ଟରେ କେବଳ ୪ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିପରି, ଅନ୍ୟ ଏକ ମୁକାବୀଲାରେ ତେଲୁଗୁ ଟାଇଣ୍ଟନ୍ସ ୟୁପି ଯୋଦ୍ଧାକୁ ୪୧-୩୬ରେ ପରାସ୍ତ କରିଛି ।

Related posts

ରାଷ୍ଟ୍ରିୟ ରେକର୍ଡ ଭାଙ୍ଗି ଅଲମ୍ପିକ୍ ପାଇଁ କ୍ୱାଲିଫାଇ କଲେ ଅବିନାଶ

Odisha Sports Bureau

ଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା

Odisha Sports Bureau

କାଂସ୍ୟ ପଦକରେ ସନ୍ତୁଷ୍ଟ ହେଲେ ମ୍ୟାରୀ

Odisha Sports Bureau