Cricket

ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ହରାଇଲା ଟିମ ଇଣ୍ଡିଆ, ସିରିଜ ୧-୦ରେ ଆଗୁଆ

(ଓଡିଶା ସ୍ପୋର୍ଟସ): ବିଶାଖାପାଟଣାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରିଛି । ମ୍ୟାଚର ଅନ୍ତିମ ଦିନରେ ଭାରତଏହି ବିଜୟ ହାସଲ କରିଛି । ଟିମ ଇଣ୍ଡିଆର ଧାର୍ଯ୍ୟ ୩୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୯୧ ରନରେ ଅଲଆଉଟ ହୋଇଯାଇଛି ।
ଭାରତ ପ୍ରଥମେ ବ୍ୟାଟିଂ କରି ମୟଙ୍କ ଅଗ୍ରୱାଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ବଦଳରେ ୭ ୱିକେଟ ହରାଇ ୫୦୨ ରନରେ ଇନିଂସ ଘୋଷଣା କରିଥିଲା । ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତେ୍ୱ ଏଲଗାର ଏବଂ ଡି କକଙ୍କ ଶତକ ବଳରେ ବଡ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଦଳ ୪୩୧ ରନରେ ଅଲଆଉଟ ହୋଇଯାଇଥିଲା ।
ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୭୧ ରନରେ ଆଗୁଆ ରହି ୨ୟ ଇନିଂସ ଆରମ୍ଭ କରିଥିଲା । ରୋହିତ ଶର୍ମା ଆକର୍ଷଣୀୟ ଶତକ ହାସଲ କରି ଦଳର ସ୍ଥିତିକୁ ମଜବୁତ କରିଥିଲେ । ୪ର୍ଥ ଦିନ ସୁଦ୍ଧା ଭାରତ ୪ ୱିକେଟ ହରାଇ ୩୨୩ ରନ କରି ପାଳି ଘୋଷଣା କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨ୟ ଇନିଂସ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ମାତ୍ର ୭୦ରନରେ ଦଳ ୮ଟି ୱିକେଟ ହରାଇ ସାରିଥିଲା । ୧୬୧ ରନରେ ପେଡଟ ଆଉଟ ହୋଇଯିିବା ପରେ ମୁଥୁସାମୀ ଏବଂ ରାବାଡା ଆଉ ମାତ୍ର ୩୦ ରନ କରିବାରେ ସମର୍ଥ ହୋଇଥିଲେ ।
ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୪ଟି ଏବଂ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୭ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଏବେ ୧-୦ରେ ଆଗୁଆ ରହିଛି ।

Related posts

ବର୍ଷା ହେତୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ; ଅଭ୍ୟାସ କରିବାର ସୁଯୋଗ ପାଇଲାନି ଟିମ୍ ଇଣ୍ଡିଆ

Odisha Sports Bureau

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ

IPL 2024, ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ବିନା ଛକା ଚୌକ ଏବଂ ବିନା ମ୍ୟାଚରେ ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଟିମ

Odisha Sports Bureau