More Sports

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲିଙ୍କୁ ସ୍ୱର୍ଣ୍ଣ

(ଓଡ଼ିଶା ସ୍ପୋର୍ଟସ ): ଝିଲି ଦଳବେହେରାଙ୍କୁ ସ୍ୱର୍ଣ୍ଣ ପଦକ । ନେପାଳର କାଠମାଣ୍ଡୁରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲି ଏହି ସଫଳତା ହାସଲ କରିଛନ୍ତି । ରେଳବାଇ ତରଫରୁ ପ୍ରତିନିଧିତ୍ୱ କରୁଥିବା ଝିଲି ମହିଳା ଭାରୋତ୍ତୋଳନର ୪୫ କେଜିରୁ କମ୍ ବର୍ଗରେ ପ୍ରଥମ ହୋଇ ଏହି ସଫଳତା ଅର୍ଜନ କରିଛନ୍ତି । ଝିଲି ଦୁଇ ରାଉଣ୍ଡରୁ ସର୍ବାଧିକ ୧୫୧ ପଏଣ୍ଟ ସ୍କୋର କରି ପ୍ରଥମ, ଶ୍ରୀଲଙ୍କାର ଦିବେଶକରା ଶ୍ରୀମାଲି ଦ୍ୱିତୀୟ ଏବଂ ନେପାଳର ସଙ୍ଗୀତା ରାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ସ୍ନେହା ସୋରେନ୍ ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ଭାରତ ସର୍ବାଧିକ ୬୩ଟି ପଦକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

Related posts

ମୌମା ଦାସଙ୍କ ସମେତ ମୋଟ ୭ଜଣ ଖେଳାଳିଙ୍କୁ ପଦ୍ମଶ୍ରୀ ପୁରସ୍କାର

Odisha Sports Bureau

ରାଷ୍ଟ୍ରିୟ ରେକର୍ଡ ଭାଙ୍ଗି ଅଲମ୍ପିକ୍ ପାଇଁ କ୍ୱାଲିଫାଇ କଲେ ଅବିନାଶ

Odisha Sports Bureau

ଗ୍ରୀକୋ ରୋମଣର ଫାଇନାଲରେ ଭାରତକୁ ସ୍ୱର୍ଣ୍ଣ ପଦକ

Odisha Sports Bureau

Leave a Comment