Tennis

ଦ୍ୱିତୀୟଥର ପାଇଁ ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ଜିତିଲେ କ୍ରିଷ୍ଟିନା-ଟିମିୟାଙ୍କ ଯୋଡି

(ଓଡିଶା ସ୍ପୋର୍ଟସ): ଅଷ୍ଟ୍ରେଲିଆ ଓପନର ମହିଳା ଯୁଗୋଳ ଟାଇଟଲ୍ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଦେନୋବିଚ୍ ଏବଂ ହଙ୍ଗେରୀର ଟିମିୟା ବାବୋସଙ୍କ ଯୋଡି ନିଜ ନାମରେ କରିନେଇଛନ୍ତି । ଦ୍ୱିତୀୟଥର ପାଇଁ ଏହି ଯୋଡି ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ହାସଲ କରିଛି । କ୍ରିଷ୍ଟିନା ଏବଂ ବାବୋସଙ୍କ ଯୋଡି ଡବଲସ୍ ମୁକାବିଲାରେ ଚୀନୀ ତାଇପେଇର ସୁ-ଭେଇ ଶିଏ ଏବଂ ଚେକ୍ ରିପବ୍ଲିକ୍ର ବାରବୋରା ଷ୍ଟ୍ରିକୋଭାଙ୍କୁ ୬-୨, ୬-୧ରେ ପରାସ୍ତ କରିଛନ୍ତି । ୧ଘଣ୍ଟା ୧୨ମିନିଟ୍ ପର୍ଯ୍ୟନ୍ତ ଏହି ମୁକାବିଲା ଚାଲିଥିଲା । ଏହା ପୂର୍ବରୁ ଏହି ଯୋଡି ୨୦୧୮ ମସିହାରେ ଏହି ଟାଇଟଲ୍ ହାସଲ କରିଥିଲେ । ୨୦୧୯ ମସିହାରେ ଏହି ଯୋଡି ୱିମ୍ବଲଣ୍ଡନ୍ ଟାଇଟଲ୍ ମଧ୍ୟ ନିଜ ନାମରେ କରିଥିଲେ ।

Related posts

ଟାଟା ଓପନ୍ ମହାରାଷ୍ଟ୍ରର ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରିରେ ରାଜକୁମାର

Odisha Sports Bureau

କଳିଙ୍ଗ ଷ୍ଟାଡ଼ିୟମରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ୟୁଏସ୍ ଓପନ ୨୦୨୦: ଆଣ୍ଡି ମୁରେ ଏବଂ କିମ୍ କ୍ଲିଜଷ୍ଟର୍ସଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି

Odisha Sports Bureau