Tennis

ଦ୍ୱିତୀୟଥର ପାଇଁ ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ଜିତିଲେ କ୍ରିଷ୍ଟିନା-ଟିମିୟାଙ୍କ ଯୋଡି

(ଓଡିଶା ସ୍ପୋର୍ଟସ): ଅଷ୍ଟ୍ରେଲିଆ ଓପନର ମହିଳା ଯୁଗୋଳ ଟାଇଟଲ୍ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଦେନୋବିଚ୍ ଏବଂ ହଙ୍ଗେରୀର ଟିମିୟା ବାବୋସଙ୍କ ଯୋଡି ନିଜ ନାମରେ କରିନେଇଛନ୍ତି । ଦ୍ୱିତୀୟଥର ପାଇଁ ଏହି ଯୋଡି ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ହାସଲ କରିଛି । କ୍ରିଷ୍ଟିନା ଏବଂ ବାବୋସଙ୍କ ଯୋଡି ଡବଲସ୍ ମୁକାବିଲାରେ ଚୀନୀ ତାଇପେଇର ସୁ-ଭେଇ ଶିଏ ଏବଂ ଚେକ୍ ରିପବ୍ଲିକ୍ର ବାରବୋରା ଷ୍ଟ୍ରିକୋଭାଙ୍କୁ ୬-୨, ୬-୧ରେ ପରାସ୍ତ କରିଛନ୍ତି । ୧ଘଣ୍ଟା ୧୨ମିନିଟ୍ ପର୍ଯ୍ୟନ୍ତ ଏହି ମୁକାବିଲା ଚାଲିଥିଲା । ଏହା ପୂର୍ବରୁ ଏହି ଯୋଡି ୨୦୧୮ ମସିହାରେ ଏହି ଟାଇଟଲ୍ ହାସଲ କରିଥିଲେ । ୨୦୧୯ ମସିହାରେ ଏହି ଯୋଡି ୱିମ୍ବଲଣ୍ଡନ୍ ଟାଇଟଲ୍ ମଧ୍ୟ ନିଜ ନାମରେ କରିଥିଲେ ।

Related posts

୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ

Odisha Sports Bureau

ନାଡାଲଙ୍କ ନୂଆ ରେକର୍ଡ

Odisha Sports Bureau

ଆଲକାରାଜ ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି କଲେ ରେକର୍ଡ