Tennis

ପାକିସ୍ତାନକୁ ୪-୦ରେ ପରାସ୍ତ କରି ଡେଭିସ୍ କପ୍ ଜିତିଲା ଭାରତ

(ଓଡିଶା ସ୍ପୋର୍ଟସ): ଅନୁଭବି ଟେନିସ୍ ଷ୍ଟାର ଲିଆଣ୍ଡର ପେସ୍ ଶନିବାରଦିନ ଡେଭିସ୍ କପ୍ ରେ ନିଜର ରେକର୍ଡ ସୃଷ୍ଟିକରି ଜୀବନ ତେନ୍ଦୁଜୋଝୀଆନଙ୍କ ସହିତ ନିଜର ୪୪ତମ ଯୁଗଳ ମ୍ୟାଚ୍ ଜିତିଛନ୍ତି । ଏହା ସହିତ ଭାରତ ପାକିସ୍ତାନକୁ ୪-୦ରେ ପରାସ୍ତ କରି ୨୦୨୦କ୍ୱାଲିଫାଇରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି । ଏବେ କ୍ୱାଲିଫାୟାରରେ ଭାରତର ଭେଟ କ୍ରୋଏସିଆ ସହିତ ହେବ ଏବଂ ଏହି ମୁକାବିଲା୬-୭ମାର୍ଚ୍ଚକୁ ଖେଳା ଯିବ । ପାକିସ୍ତାନର ମୋହମ୍ମଦ ସୋଏବ ଏବଂ ହୁଫେଜା ଅବ୍ଦୁଲା ରହମାନଙ୍କ ଯୋଡି ପେସ ଏବଂ ଜୀବନଙ୍କ ଆଗରେ ବେଶି ସମୟ ଛିଡା ହୋଇ ପାରିନଥିଲେ । ସେମାନେ ମାତ୍ର ୫୩ ମିନିଟରେ ୬-୧, ୬-୩ରେ ବିଜୟ ହାସଲ କରିଥିଲେ । ଗତବର୍ଷ ନିଜର ୪୩ତମ ଯୁଗୋଳ ମ୍ୟାଚ୍ ଜିତି ଡେଭିସ୍ କପ୍ ଇତିହାସରେ ସଫଳତମ ଖେଳାଳୀ ହୋଇଥିବା ପେସ୍ ଇଟାଲିର ନିକୋଲା ପି ଙ୍କୁ ପଛରେ ପକାଇଥିଲେ । ପେସ୍ ୫୬ତମ ମୁକାବିଲାରେ ୪୩ତମ ବିଜୟ ହାସଲ କରିଥିଲେ, ଯେତେବେଳେ କି ନିକୋଲା ୬୬ତମରୁ ୪୨ ମ୍ୟାଚ୍ ଜିତିଛନ୍ତି ।

Related posts

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

Odisha Sports Bureau

ଟାଇଟଲ୍ ଜିତିବାର ଗୋଟିଏ ପାଦ ପଛରେ ରହିଛନ୍ତି ରାଫେଲ୍

Odisha Sports Bureau

ଆଇଟିଏଫ୍ ଡବଲ୍ସ ଟାଇଟଲ୍ ଜିତିଲେ ଅଙ୍କିତା

Odisha Sports Bureau