More Sports

ପାଟନାକୁ ୪୩-୩୯ରେ ପରାସ୍ତ କରି ଦିଲ୍ଲୀ ଶୀର୍ଷ ସ୍ଥାନକୁ ଉତୀର୍ଣ୍ଣ

(ଓଡିଶା ସ୍ପୋର୍ଟସ): ପ୍ରୋ କବାଡି ଲିଗ୍ ରେ ଦବଙ୍ଗ ଦିଲ୍ଲୀ ପାଟନା ପାଇରେର୍ଟସକୁ ୪୩-୩୯ରେ ପରାସ୍ତ କରି ପୁଣି ଥରେ ଶିର୍ଷ ସ୍ଥାନ ଅକ୍ତିଆର କରିଛି । ଦିଲ୍ଲୀର ୧୮ଟି ମ୍ୟାଚରୁ ୧୪ଟିରେ ବିଜୟ ହାସଲ କରି ୭୭ଅଙ୍କ ସଂଗ୍ରହ କରିଛି । ବଙ୍ଗଳା ୱାରିୟର୍ସ ୭୩ଅଙ୍କ ସହିତ ଦ୍ୱିତୀୟ ସ୍ଥାନକୁ ଖସି ଗଲା । ଦିଲ୍ଲୀ ପାଇଁ ନବୀନ କୁମାର ଏବଂ ବିଜୟ ସୁପର ୧୦ କରିଛନ୍ତି । ପାଟନା ଟିମ୍ ଅଧିକାଂଶ ସମୟ ଚାପରେ ରହିଥିବା କାରଣରୁ ବିଜୟ ହାସଲ କରିପାରି ନଥିଲା । ପ୍ରଦୀପ ନାରୱାଲା ସୁପର ୧୦ ସହିତ ୧୯ ଅଙ୍କ ସଂଗ୍ରହ କରିଥିଲେ କିନ୍ତୁ ନିଜ ଟିମ୍ କୁ ପରାଜୟରୁ ବଞ୍ଚାଇପାରି ନ ଥିଲେ । ପାଟନାର ଏହା ୧୯ ମ୍ୟାଚ୍ ମଧ୍ୟରୁ ୧୨ତମ ପରାଜୟ ଅଟେ ଏବଂ ପ୍ଲେଅଫ୍ରେ ପହଞ୍ଚିବାର ସମ୍ଭାବନା କମ୍ ରହିଛି । ସେ ୪୦ ଅଙ୍କ ସହିତ ୧୨ ଟିମ୍ରେ ୯ ସ୍ଥାନରେ ରହିଛି ।

Related posts

ଜାତୀୟ କ୍ରୀଡ଼ା ସଙ୍ଗଠନଗୁଡିକ ପାଇଁ କେନ୍ଦ୍ର ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିବା ନିଷ୍ପତ୍ତି ନ୍ୟାୟଯୁକ୍ତ ନୁହେଁ: ଏଚ ସି

Odisha Sports Bureau

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

Odisha Sports Bureau

ସ୍କ୍ୱାସ ମକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲେ ଭାରତର ଦୀପିକା-ହରିନ୍ଦର

Odisha Sports Bureau