Cricket

ପିଙ୍କ ବଲ ଟେଷ୍ଟ ମ୍ୟାଚର ଟିକେଟ ଅର୍ଥ ଫେରାଇବ ସିଏବି

(ଓଡ଼ିଶା ସ୍ପୋର୍ଟସ ): ଗତକାଲି କୋଲକାତା ଇଡ଼େନ ଗାର୍ଡ଼େନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନରୁ କମ୍ ସମୟରେ ଜିତି ନେଇଥିଲା। ମ୍ୟାଚର ୪ର୍ଥ ଓ ୫ମ ଦିନର ଖେଳ ଦେଖିବା ପାଇଁ ଟିକେଟ କରିଥିବା ଦର୍ଶକଙ୍କୁ ଅର୍ଥ ଫେରାଇବାକୁ କ୍ରିକେଟ ଆସୋସିଏଶନ ଅଫ୍ ବେଙ୍ଗଲ (ସିଏବି) ନିଷ୍ପତ୍ତି ନେଇଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉକ୍ତ ଦୁଇ ଦିନ ପାଇଁ ଅନ୍ଲାଇନ ଟିକେଟ କରିଥିବା ଦର୍ଶକଙ୍କୁ ମେସେଜ ଜରିଆରେ ସୂଚିତ କରାଯାଇଥିବା ସିଏବି ପକ୍ଷରୁ ବିବୃତିରେ କୁହାଯାଇଛି। ସିଏବି ସର୍ବଦା କ୍ରିକେଟ ପ୍ରେମୀଙ୍କ ସହ ଛିଡ଼ା ହୋଇଛି ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଉଦ୍ୟମ କରିଛି। ଏଥର ମଧ୍ୟ ଉଣା କରିବ ନାହିଁ। ଖେଳାଯାଇ ନ ଥିବା ଦୁଇ ଦିନର ଟିକେଟର ଅର୍ଥ ଫେରାଇବା ଆମର ନୈତିକ ଦାୟିତ୍ୱ ବୋଲି ସିଏବି ସମ୍ପାଦକ ଅଭିଷେକ ଡାଲମିୟା କହିଛନ୍ତି। ନିୟମ ଅନୁସାରେ କୌଣସି ମ୍ୟାଚ୍ରେ ଗୋଟିଏ ବଲ ପଡ଼ିଲେ ଟିକେଟର ଅର୍ଥ ଫେରାଯିବ ନାହିଁ। କିନ୍ତୁ ଧାର୍ୟ୍ୟ ଦିନ ଖେଳାଯାଇ ନ ଥିବାରୁ ଅର୍ଥ ଫେରାଯିବ। ପ୍ରତ୍ୟେକ ଦିନ ୫୦, ୧୦୦ ରୁ ୧୫୦ ଟଙ୍କାର ଟିକେଟ ବିକ୍ରି କରାଯାଇଥିଲା। ମ୍ୟାଚ୍ର ପ୍ରତ୍ୟେକ ଦିନ ପ୍ରବଳ ସଂଖ୍ୟାରେ ଦର୍ଶକ ଯୋଗ ଦେଇଥିବାରୁ ଆମେ କୃତଜ୍ଞ ହୋଇ ରହିବୁ। ମ୍ୟାଚ୍ରେ ଖୁବ କମ୍ ଖେଳ ବାକି ଥିବା ଜାଣିବା ପରେ ମଧ୍ୟ ତୃତୀୟ ଦିନ ଭରପୂର ଦର୍ଶକ ଆସିଥିଲେ ବୋଲି ସିଏବି ପକ୍ଷରୁ କୁହାଯାଇଛି।

Related posts

କିକ୍ରେଟ ପଡ଼ିଆରେ ସ୍ମାର୍ଟ ବଲ

Odisha Sports Bureau

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

Odisha Sports Bureau

ପାକିସ୍ତାନୀ ବୋଲରଙ୍କ ସାମ୍ନାରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ପଡିଗଲେ ଅସହାୟ ; ଜିତିବା ପାଇଁ ପାକିସ୍ତାନର ୧୯୪ ରନ୍ ଲକ୍ଷ୍ୟ

Odisha Sports Bureau