Cricket

ପିଙ୍କ ବଲ ଟେଷ୍ଟ ମ୍ୟାଚର ଟିକେଟ ଅର୍ଥ ଫେରାଇବ ସିଏବି

(ଓଡ଼ିଶା ସ୍ପୋର୍ଟସ ): ଗତକାଲି କୋଲକାତା ଇଡ଼େନ ଗାର୍ଡ଼େନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନରୁ କମ୍ ସମୟରେ ଜିତି ନେଇଥିଲା। ମ୍ୟାଚର ୪ର୍ଥ ଓ ୫ମ ଦିନର ଖେଳ ଦେଖିବା ପାଇଁ ଟିକେଟ କରିଥିବା ଦର୍ଶକଙ୍କୁ ଅର୍ଥ ଫେରାଇବାକୁ କ୍ରିକେଟ ଆସୋସିଏଶନ ଅଫ୍ ବେଙ୍ଗଲ (ସିଏବି) ନିଷ୍ପତ୍ତି ନେଇଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉକ୍ତ ଦୁଇ ଦିନ ପାଇଁ ଅନ୍ଲାଇନ ଟିକେଟ କରିଥିବା ଦର୍ଶକଙ୍କୁ ମେସେଜ ଜରିଆରେ ସୂଚିତ କରାଯାଇଥିବା ସିଏବି ପକ୍ଷରୁ ବିବୃତିରେ କୁହାଯାଇଛି। ସିଏବି ସର୍ବଦା କ୍ରିକେଟ ପ୍ରେମୀଙ୍କ ସହ ଛିଡ଼ା ହୋଇଛି ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଉଦ୍ୟମ କରିଛି। ଏଥର ମଧ୍ୟ ଉଣା କରିବ ନାହିଁ। ଖେଳାଯାଇ ନ ଥିବା ଦୁଇ ଦିନର ଟିକେଟର ଅର୍ଥ ଫେରାଇବା ଆମର ନୈତିକ ଦାୟିତ୍ୱ ବୋଲି ସିଏବି ସମ୍ପାଦକ ଅଭିଷେକ ଡାଲମିୟା କହିଛନ୍ତି। ନିୟମ ଅନୁସାରେ କୌଣସି ମ୍ୟାଚ୍ରେ ଗୋଟିଏ ବଲ ପଡ଼ିଲେ ଟିକେଟର ଅର୍ଥ ଫେରାଯିବ ନାହିଁ। କିନ୍ତୁ ଧାର୍ୟ୍ୟ ଦିନ ଖେଳାଯାଇ ନ ଥିବାରୁ ଅର୍ଥ ଫେରାଯିବ। ପ୍ରତ୍ୟେକ ଦିନ ୫୦, ୧୦୦ ରୁ ୧୫୦ ଟଙ୍କାର ଟିକେଟ ବିକ୍ରି କରାଯାଇଥିଲା। ମ୍ୟାଚ୍ର ପ୍ରତ୍ୟେକ ଦିନ ପ୍ରବଳ ସଂଖ୍ୟାରେ ଦର୍ଶକ ଯୋଗ ଦେଇଥିବାରୁ ଆମେ କୃତଜ୍ଞ ହୋଇ ରହିବୁ। ମ୍ୟାଚ୍ରେ ଖୁବ କମ୍ ଖେଳ ବାକି ଥିବା ଜାଣିବା ପରେ ମଧ୍ୟ ତୃତୀୟ ଦିନ ଭରପୂର ଦର୍ଶକ ଆସିଥିଲେ ବୋଲି ସିଏବି ପକ୍ଷରୁ କୁହାଯାଇଛି।

Related posts

ସାଇ ସୁଦର୍ଶନଙ୍କ ଦମଦାର ପ୍ରଦର୍ଶନ

Odisha Sports Bureau

ପୁଣି ବାପା ହେଲେ ବିରାଟ କୋହଲି, ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା

Odisha Sports Bureau

ଦ୍ୱିତୀୟ ସେମିଫାଇନାଲ : ଅଷ୍ଟ୍ରେଲିଆକୁ ୨୧୩ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

Odisha Sports Bureau