Badminton

ପୁଣି ସ୍ୱର୍ଣ୍ଣ ଦେଲେ ଭଗତ

(ଓଡ଼ିଶା ସ୍ପୋର୍ଟ):  ପୁଣି ଭାରତ ପାଇଁ ଗର୍ବ ଆଣିଲେ ଭଗତ । ପାରା ଓଡ଼ିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେ ଜିତିଛନ୍ତି ଡବଲ ସ୍ବର୍ଣ୍ଣ ପଦକ। ପୁରୁଷ ସିଙ୍ଗଲ୍ସ ବର୍ଗର ଫାଇନାଲରେ ଅନ୍ୟ ଭାରତୀୟ ଶଟଲର ନୀତିଶ କୁମାରଙ୍କୁ ୨୧-୧୮, ୨୧-୧୫, ୨୧-୧୪ ଗେମ୍ରେ ହରାଇ ଦେଇଛନ୍ତି। ସେହିଭଳି ଡବଲ୍ସ ବର୍ଗରେ ମନୋଜ ସରକାରଙ୍କୁ ସାଥୀ କରି ପ୍ରମୋଦ ଫାଇନାଲରେ ୨୧-୧୯, ୨୧-୯ ବ୍ୟବଧାନରେ ଫ୍ରାନ୍ସର ମାଥି ଥୋମାସ ଓ ଗୁଇଲାମେ ଗଲିଙ୍କୁ ହରାଇ ପୋଡିୟମର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟ ପୂର୍ବରୁ ପ୍ରମୋଦ ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପରେ ଡବଲ ସ୍ବର୍ଣ୍ଣ ଜିତିଥିଲେ।

Related posts

ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଆଙ୍କୁ ୪ ପଦକ

Odisha Sports Bureau

ଏସିଆ ଅଣ୍ଡର-୧୫: ଜୁନିୟର ବ୍ୟାଡମିଣ୍ଟନ ଟିମର ନଜର ରହିଛି ପଦକ ଉପରେ

Odisha Sports Bureau

ସାଇନା ସେମି ଫାଇନାଲରେ: ସିନ୍ଧୁ, ଶ୍ରୀକାନ୍ତ ଆଉଟ

Odisha Sports Bureau