(ଓଡିଶା ସ୍ପୋର୍ଟସ): ଏସିଆ କୁସ୍ତି ଚମ୍ପିଆନଶିପ୍ର ପଞ୍ଚମ ଦିନରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଦବଦବା ବଜାୟୀ ରହିଛି । ଭାରତ ତରଫରୁ ୫ଜଣଙ୍କ ମଧ୍ୟରୁ ୪ଜଣ କୁସ୍ତିଯୋଦ୍ଧା ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛନ୍ତି । ଶନିବାରଦିନ ନୂଆ ଦିଲ୍ଲୀର କେଡି ଜାଘବ ଇନ୍ଦୋର ଷ୍ଟାଡିୟମରେ ପୁରୁଷମାନଙ୍କ ପ୍ରିଷ୍ଟାଇଲ୍ ବର୍ଗରେ ଭାରତର ବଜରଙ୍ଗ ପୁନିଆ(୬୫କିଗ୍ରା), ରବି କୁମାର(୫୭ କିଗ୍ରା), ଗୌରବ(୭୯କିଗ୍ରା) ଏବଂ ସତ୍ୟବ୍ରତ କାଦୟାନ(୯୭ କିଗ୍ରା) ଫାଇନାଲରେ ପ୍ରବେଶ କରିନେଇଛନ୍ତି, ଏବେ ସ୍ୱର୍ଣ୍ଣ ପଦକ ପାଇଁ ଦମ୍ ଲଗାଇବେ । ସେହିପରି ନବିନ(୭୦ କିଗ୍ରା) ବ୍ରୋଞ୍ଜ୍ ପଦକ ପାଇଁ ଲଢିବେ । ରବି ଦହିୟା ଏବେ ପ୍ରଥମଥର ପାଇଁ ଏସିଆ କୁସ୍ତି ଚମ୍ପିଆନଶିପ୍ ର ଫାଇନାଲ ମୁକାବିଲା ଖେଳିବେ । ଏହା ପୁର୍ବରୁ ମହିଳାଖେଳାଳିମାନେ ନିଜ ନିଜର ବର୍ଗରେ ତିନୋଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ତିନୋଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।
previous post
next post