Cricket

ପୂରନଙ୍କ ପେଟରେ ଅର୍ଶଦୀପଙ୍କ ବଲ୍‌ ଛାପ

ଭାରତ ବିପକ୍ଷ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ହାରିବା ପରେ ୱେଷ୍ଟଇଣ୍ଡିଜ୍‌ ରବିବାର ଶେଷ ଟ୍ବେଣ୍ଟି-୨୦କୁ ଜିତି ଶୃଙ୍ଖଳା ୩-୨ରେ କବ୍‌ଜା କରି ସମ୍ମାନ ରକ୍ଷା କରିଥିଲା। ଅନ୍ତିମ ଟ୍ବେଣ୍ଟି-୨୦ରେ ୪ ୱିକେଟ୍‌ ନେଇଥିବା ରୋମାରିଓ ସେଫର୍ଡ ମ୍ୟାଚ୍‌ର ଏବଂ ନିକୋଲାସ ପୂରନ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ। ଏହି ଶୃଙ୍ଖଳା ଜିତିବା ପରେ ପୂରନ ଏକ୍ସ (ପୂର୍ବରୁ ଟ୍ବିଟର୍‌)ରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ତାଙ୍କ ପେଟ ଓ ହାତରେ ବଲ୍‌ ଦାଗ ଥିବା ‌ଦେଖାଯାଇଛି। ‌ଶିରୋନାମାରେ ଲେଖିଛନ୍ତି, ‘ପରବର୍ତ୍ତୀ ପ୍ରଭାବ, ବ୍ରାଣ୍ଡନ କିଙ୍ଗ ଓ ଅର୍ଶଦୀପ ସିଂହଙ୍କୁ ଧନ୍ୟବାଦ’। ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ‌ବଲ୍‌କୁ ପୁଲ୍‌ ସଟ୍‌ ମାରୁଥିଲା ବେଳେ ତାଙ୍କ ପେଟରେ ବାଜିବାରୁ ନାଲି ଦାଗ ପଡ଼ିଯାଇଥିଲା। ସେହିଭଳି ତାଙ୍କ ହାତରେ ଥିବା ନାଲି ଦାଗ ନିଜ ଦଳୀୟ ସାଥୀ ବ୍ରାଣ୍ଡନ କିଙ୍ଗ୍‌ଙ୍କ ସଟ୍‌ କାରଣରୁ ହୋଇଛି। କିଙ୍ଗ୍‌ଙ୍କ ଷ୍ଟ୍ରେଟ୍‌ ଡ୍ରାଇଭ୍‌ ସିଧା ପୂରନଙ୍କ ହାତରେ ବାଜିଥିଲା।

Related posts

ମୁମ୍ବାଇରେ ସଫଳ ହେଲା ଋୁଷଭ ପନ୍ତଙ୍କ ଅସ୍ତ୍ରପ୍ରଚାର

Odisha Sports Bureau

୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ

Odisha Sports Bureau

କ୍ରିକେଟ ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ କ୍ୟାଚ