More Sports

ପ୍ରେସିଡ଼େଣ୍ଟସ କପ ବକ୍ସିଂରେ ମେରୀଙ୍କୁ ସ୍ୱର୍ଣ୍ଣ

(ଓଡିଶା ସ୍ପୋର୍ଟ): ଛଅ ଥର ବିଶ୍ଵ ଚମ୍ପିଆନ ହୋଇଥିବା ମେରୀ ପୁଣି ଥରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।ଇଣ୍ଡୋନେସିଆର ଲାବୁଆନ ବାଜୋରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ୨୩ତମ ‘ପ୍ରେସିଡେଣ୍ଟ୍‌ସ କପ୍‌’ବକ୍ସିଂ ଟୂର୍ଣ୍ଣାମେଣ୍ଟରେ ୫୧ କିଗ୍ରା ଫାଇନାଲରେ ଜୋରଦାର ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ କାଂସ୍ୟ ପଦକଧାରୀ ମେରୀ କମ ଫାଇନାଲରେ ଅଷ୍ଟ୍ରେଲିଆର ଏପ୍ରିଲ ଫ୍ରେଙ୍କ୍ସଙ୍କୁ ୫-୦ରେ ମାତ୍ ଦେଇଛନ୍ତି।

ସେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘ଇଣ୍ଡୋନେସିଆ ‘ପ୍ରେସିଡେଣ୍ଟ୍‌ସ କପ୍‌’ରୁ ମୋ ପାଇଁ ଆଉ ମୋ ଦେଶ ପାଇଁ ସ୍ୱର୍ଣ୍ଣ ପଦକ। ଜିତିବାର ଅର୍ଥ ହେଉଛି ଆହୁରି ଆଗକୁ ଯିବା ପାଇଁ ଇଚ୍ଛା ଦୃଢ଼ କରିବା, ଅନ୍ୟ ସବୁ କଥାକୁ ବାଦ୍‌ ଦେଇ କଠିନ ପରିଶ୍ରମ କରିବା। ମୁଁ ମୋ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ୍‌ ଜଣାଉଛି।’

ଉଲ୍ଲେଖଯୋଗ୍ୟ, ଛଅ ଥର ବିଶ୍ୱ ଚାମ୍ପିୟନର ବିଜୟିନୀ ହୋଇ ସାରିଥିବା ମେରିକମ୍‌ ୨୦୨୦ ମସିହାରେ ଋଷ୍‌ରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ୍‌ସିପ୍‌ ଟୋକିଓ ଅଲମ୍ପିକ୍ସରେ ଅଂଶ ଗ୍ରହଣ କରିବେ।

Related posts

ସୌରଭ ଘୋଷାଲଙ୍କ ବିଶ୍ୱ ରେକର୍ଡ଼

ସୁଟିଂ ବିଶ୍ୱକପରେ ଭାରତକୁ ସ୍ୱର୍ଣ୍ଣ

Odisha Sports Bureau

ଥଲାଇବାଜକୁ ପରାସ୍ତ କରି ତାଲିକାର ଶୀର୍ଷରେ ବଙ୍ଗଳା

Odisha Sports Bureau