More Sports

ପ୍ରୋ କବାଡ୍ଡୀ ୨୦୧୯ରେ ଦିଲ୍ଲୀ-ହରୀୟାଣାର ବିଜୟ

(ଓଡିଶା ସ୍ପୋର୍ଟସ): ଭଲ ଲୟରେ ଚାଲୁଥିବା ନବିନ କୁମାରଙ୍କ ଆଉ ଏକ ଦମଦାର ପ୍ରଦର୍ଶନରେ ଦବଙ୍ଗ ଦିଲ୍ଲୀ ପ୍ରୋ କବାଡ୍ଡି ଲିଗ୍(ପିକେଏଲ୍)ରେ ପୁନେରୀ ପଲଟନଙ୍କୁ ୬୦-୪୦ ପରାସ୍ତ କରି ନକ୍ଆଉଟ୍ ଦୌଡରୁ ବାହାର କରିଦେଇଥିଲେ । ୧୯ ବର୍ଷିୟ ନବିନ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୯ଅଙ୍କ ସଂଗ୍ରହ କରି ଲଗାତର ୧୭ତମ ସୁପର ଟେନ୍ କରିବାର ଗୌରବ ହାସଲ କରିଛନ୍ତି । ସେ ଏ ବର୍ଷ ପିକେଏଲ୍ ଇତିହାସରେ ସମସ୍ତଙ୍କଠାରୁ ଶୀଘ୍ର ୪୦୦ ଅଙ୍କ ପୁରା କରିବାର ଖେଳାଳୀ ହୋଇଛନ୍ତି । ଦିଲ୍ଲୀ ୧୯ ମ୍ୟାଚ୍ ମଧ୍ୟରୁ ୧୫ଟିରେ ବିଜୟ ହାସଲ କରି ୮୨ଅଙ୍କ ସହିତ ଶୀର୍ଷରେ ନୀଜର ସ୍ଥିତି ମଜଭୁତ୍ କରିଛନ୍ତି । ଦ୍ୱିତୀୟ ମ୍ୟାଚରେ ହରିୟାଣା ଷ୍ଟିଲର୍ସ ଗୁଜୁରାଟ ଫଚ୍ୟୁନ୍ ଜାଇଣ୍ଟସଙ୍କୁ ରୋମାଞ୍ଚକର ମୁକାବିଲାରେ ୩୮-୩୭ରେ ପରାସ୍ତ କରିଛନ୍ତି । ହରିୟାଣା ୧୨ତମ ବିଜୟ ସହିତ ୬୫ଅଙ୍କରେ ତୃତୀୟ ସ୍ଥାନରେ ରହିଛି ।

Related posts

୨୩୭ ଆଥଲେଟ ସମ୍ମାନିତ

Odisha Sports Bureau

୨୬ ତମ ଥର ପାଇଁ ବିଶ୍ୱ ବିଲିୟର୍ଡ ଚାମ୍ପିଅନସିପ୍ ଟାଇଟଲ୍ ଜିତିଛନ୍ତି ଭାରତର ପଙ୍କଜ ଆଡଭାନୀ

Odisha Sports Bureau

୧୦୫ ବର୍ଷୀୟ ବୃଦ୍ଧାଙ୍କ କମାଲ: ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ କଲେ ରେକର୍ଡ