Tennis

ଫେନେଷ୍ଟା ଓପନ ସେମିଫାଇନାଲରେ ଦଲବିନ୍ଦର ଏବଂ ଜଗମିତ୍

(ଓଡିଶା ସ୍ପୋର୍ଟସ): ପୁର୍ବତନ ଚମ୍ପିଆନ ଦଲବିନ୍ଦର ସିଂହ ଫେନେଷ୍ଟା ଓପନ ଟେନିସ୍ ର ପୁରୁଷ ଏକକ ବର୍ଗ ସେମିଫାଇନାଲରେ ପ୍ରବେଶ କରିନେଇଛନ୍ତି, ଯେତେବେଳେ କି ଜଗମିତ୍ କୌର ଭୁବନା କଲ୍ୱାଙ୍କୁ ପରାସ୍ତ କରି ମହିଳା ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି । ଷଷ୍ଠ ସ୍ଥାନରେ ଥିବା ଦଲବିନ୍ଦର ଇସକ୍ ଇକବାଲଙ୍କୁ ଲଗାତର ୭-୬, ୭-୫ ସିଧାସଳଖ ସେଟରେ ପରାସ୍ତ କରିଛନ୍ତି । ଆଗକୁ ତାଙ୍କର ସାମ୍ନା ନିକ୍କି ପୂନାଚାଙ୍କ ସହିତ ହେବ ।

ପୁରୁଷ ଏକକ ଦ୍ୱିତୀୟ ସେମିଫାଇନାଲରେ ଆର୍ଯ୍ୟନ ଗୋଭିସଙ୍କ ସାମ୍ନା କୁଣାଲ ଆନନ୍ଦଙ୍କ ସହିତ ହେବ । କୁଣାଲ କ୍ୱାଟର ଫାଇନାଲରେ ସିହ୍ନାଙ୍କୁ ୬-୩, ୭-୬ରେ ପରାସ୍ତ କରିଥିଲେ, ଯେତେବେଳେ କି ଗୋଭିସ୍ ଙ୍କୁ ସେମିଫାଇନାଲରେ ପହଁଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡିଥିଲା । ଗୋଭିସ୍ କ୍ୱାଟର ଫାଇନାଲରେ ପ୍ରବୋଧଙ୍କୁ ୬-୩, ୬-୭ରେ ପରାସ୍ତ କରିଛନ୍ତି । ସେହିପରି ମହିଳା ଏକକ ବର୍ଗରେ ସୌଜନ୍ୟା ବାଭିସେତି ସାସ୍ଲୋ ଅହିରଙ୍କୁ ୬-୨, ୬-୨ରେ ପରାସ୍ତ କରିଛନ୍ତି । ସେପଟେ ଜଗମିତ୍ କଲ୍ୱାଙ୍କୁ ୬-୪, ୬-୨ରେ ପରାସ୍ତ କରିଛନ୍ତି । ପ୍ରେରଣା ଭାମ୍ବରି ଏବଂ ଭୈଦେହି ଚୌଧୁରୀ ମଧ୍ୟ ନିଜ ନିଜର ମୁକାବିଲା ଜିତି ଅନ୍ତିମ-୪ରେ ପହଞ୍ଚିଯାଇଛନ୍ତି ।

Related posts

ଡ଼ିସେମ୍ବର ୪ରୁ ଓଡ଼ିଶା ଟେନିସ ପ୍ରିମିୟର ଲିଗ

Odisha Sports Bureau

ଦଶନ୍ଧିର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଟେନିସ୍ ଗର୍ଲଙ୍କ ପ୍ରାଧାନ୍ୟ ବିସ୍ତାର

ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ବାର୍ଟି

Odisha Sports Bureau