Badminton

ଫ୍ରେଞ୍ଚ ଓପନ: ସାତ୍ତ୍ୱିକ-ଚିରା ସେମିଫାଇନାଲରେ

 ( ଓଡିଶା ସ୍ପୋର୍ଟ ): ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ପୁରୁଷ ଯୋଡି ବିଭାଗରେ ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଭଲ ପ୍ରଦର୍ଶନ କରି ସେମି ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି । ପୂର୍ବରୁ ଥାଇଲାଣ୍ଡ ଓପନ ଜିତିଥିବା ସାତ୍ତ୍ୱିକ ଓ ଚିରାଗ ଯୋଡି ଡେନମାର୍କର କିମ ଓ ଆଣ୍ଡ୍ରଏସଙ୍କୁ ୩୯ ମିନିଟରେ ୨୧-୧୩ ଓ ୨୨-୨୦ ସେଟରେ ପରାସ୍ତ କରିଛନ୍ତି । ଭାରତୀୟ ଯୋଡି ଅନ୍ତିମ ୧୬ ମିନିଟରେ ବିଶ୍ବ ଚମ୍ପିୟାନ ଇଣ୍ଡୋନେସିଆର ମହମ୍ମଦ ଏହାସନ ଓ ହେଣ୍ଡ୍ରା ସେଟିୟାଵାନଙ୍କୁ ପରାସ୍ତ କରିଛନ୍ତି ।

କିନ୍ତୁ ବିଶ୍ୱ ଚମ୍ପିୟାନ ପିଭି ସିନ୍ଧୁ ଓ ସାଇନା ନେହୱାଲ ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ବିଶ୍ୱର ୬ଷ୍ଠ ତମ ଖେଳାଳି ପିଭି ସିନ୍ଧୁ ଚାଇନାର ତାଇପେର ତାଇ ଯୁ ଇଙ୍ଗ ଠାରୁ ୧୬-୨୧, ୨୬-୨୪,୧୭-୨୧ ସେଟରେ ପରାସ୍ତ ହୋଇଛନ୍ତି । ଅନ୍ୟ ପକ୍ଷେ ରାଷ୍ଟ୍ରମଣ୍ଡଳ ଚମ୍ପିୟନ ସାଇନା ନେହୱାଲ କୋରିଆର ଅନ ସି ୟଙ୍ଗଙ୍କ ଠାରୁ ୨୦-୨୨ ଓ ୨୧-୨୩ ସେଟରେ ପରାସ୍ତ ହୋଇଛନ୍ତି ।

Related posts

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

Odisha Sports Bureau

ରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ  ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Odisha Sports Bureau

ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗ ଫାଇନାଲରେ ସିନ୍ଧୁ