Cricket

ବାରବାଟୀରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ : ବଞ୍ଚିତ ହେବେ ୫୩୦୦ ଦର୍ଶକ

(ଓଡ଼ିଶଶ ସ୍ପୋର୍ଟ ): ୨ ବର୍ଷ ପରେ ବାରବାଟୀକୁ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଫେରିଛି। ଦର୍ଶକ ମ୍ୟାଚ ଦେଖିବାକୁ ଚାହିଁ ରହିଛନ୍ତି। ବାରବାଟୀ ଷ୍ଟାଡ଼ିୟମର ଦର୍ଶକ କ୍ଷମତା ୪୫ ହଜାର ରହିଛି। କିନ୍ତୁ ୪୦ ହଜାର ଦର୍ଶକଙ୍କ ମ୍ୟାଚ୍ ଦେଖିବା ବ୍ୟବସ୍ଥା ରହିଛି। ସେଥିରୁ ପୁଣି କିଛି ପାସ ଥିବା ବେଳେ ବାକି ଟିକେଟ୍ ରହିଛି। ମାତ୍ର ବିପଦ ସଙ୍କୁଳ ଅବସ୍ଥାରେ ସାତ ନମ୍ବର ଗ୍ୟାଲେରୀ ଥିବାରୁ ଏଥର ୫୩୦୦ ଟିକେଟ୍ ବିକ୍ରି କରାଯିବ ନାହିଁ। ଫଳରେ ଦର୍ଶକଙ୍କ ସଂଖ୍ୟା ୩୫୦୦୦କୁ ହ୍ରାସ ପାଇବ । ଫଳରେ କାଉଣ୍ଟର କେତେ ଟିକେଟ୍ ଉପଲବ୍ଧ ରହିବ ସେ ନେଇ ଓସିଏ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ମ୍ୟାଚ୍ ଲାଗି ଡିସେମ୍ବର ୫ରୁ ଅନଲାଇନରେ ୯୩୧୦ ଟିକେଟ୍ ବିକ୍ରି କରାଯିବ। ସେହି ପରି ୧୯ରୁ ଷ୍ଟାଡ଼ିୟମର ଏକାଧିକ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଟିକଟ୍ ସରିବା ପର୍ୟ୍ୟନ୍ତ କାଉଣ୍ଟର ଖୋଲାରହିବ। ଉଲ୍ଲେଖଯୋଗ୍ୟ, ମେ ୩ରେ ହୋଇଥିବା ବାନ୍ୟା ଫନି ଯୋଗୁଁ ଷ୍ଟାଡ଼ିୟମର ଅନେକାଂଶ କ୍ଷତିଗ୍ରସ୍ତ ହୋଇଥିଲା। ଷ୍ଟାଡିୟମର ମରାମତି ଓ ମ୍ୟାଚ୍ ଆୟୋଜନ ଲାଗି ନିକଟରେ ବିସିସିଆଇ ଓସିଏକୁ ୧୦ କୋଟି ଟଙ୍କାର ଅନୁଦାନ ଦେଇଛି।

Related posts

ଆଇସିସି ଟି-୨୦ ରାଙ୍କିଙ୍ଗରେ ଇଶାନଙ୍କ କମାଲ

ICC ନେଲା ବଡ଼ ନିଷ୍ପତ୍ତି, ଏକାଠି ବସିବେ BCCI-PCB

Odisha Sports Bureau

ଗିଲଙ୍କ ବିଫଳତା ଦଳର ପରାଜୟର ଏକ ପ୍ରମୁଖ କାରଣ ଥିଲା…

Odisha Sports Bureau