Cricket

ବିନା ଦର୍ଶକରେ ଆରମ୍ଭ ହେଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

(ଓଡ଼ିଶା ସ୍ପୋର୍ଟସ ): ବିଶ୍ୱ ବ୍ୟାପୀ ମହାମାରୀରେ ପରିଣତ ହୋଇଥିବା କରୋନାଭାଇରସ ବତର୍ମାନ କ୍ରୀଡ଼ା ଜଗତକୁ ମଧ୍ୟ ପ୍ରଭାବିତ କରିଛି । ଏହି କାରଣ ହେତୁ ଅନେକ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଗୁଡ଼ିକ ବାତିଲ କରାଯାଉଥିବା ବେଳେ କେତେ ଗୁଡ଼ିକ ଖେଳକୁ ସ୍ଥଗିତ ରଖାଯାଇଛି । ଏହାର କାରଣ ହେଉଁଛି କିଛି ଅନ୍ତର୍ଜାତୀୟ ସ୍ତରର ଖେଳାଳି ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେଣୁ କରି ଅନେକ ଟୁର୍ନାମେଣ୍ଟକୁ ବିନା ଦର୍ଶକରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି କ୍ରମରେ ଆଜି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ ଦିର୍ଶକଙ୍କ ବିନା ଅନୁଷ୍ଠିତ ହେଉଛି । ସିଡ଼ନୀରେ ଖେଳାଯାଉଥିବା ମ୍ୟାଚରେ କେବଳ ଖେଳ ସହ ଜଡ଼ିତ ଅଧିକାରୀ ଏବଂ ଉଭୟ ଦଳର ଖେଳାଳି ଉପସ୍ଥିତ ଅଛନ୍ତି ।
କେବଳ ସେତିକି ନୁହେଁ ଖାଲି ଷ୍ଟାଡ଼ିୟମରେ ଖେଳାଯାଉଥିବା ମ୍ୟାଚରେ ଖେଳାଳିମାନେ ନିର୍ଦ୍ଦେଶାବଳୀ ଅନୁସରଣ କରି ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ମ୍ୟାଚରେ ଟସ କରିବା ସମୟରେ ଅଷ୍ଟେଲୀୟ ଅଧିନାୟକ ଆରୋନା ଫିଞ୍ଚ ଏବଂ କିୱି ଅଧିନାୟକ କେନ ୱିଲିୟମସନ ହାତ ମିଳାଇ ନଥିଲେ । ଏଥି ସହିତ କିୱି ଖେଳାଳିମାନେ ମଧ୍ୟ ହାତ ବଦଳରେ ପାଦ ମିଳାଇଥିଲେ ।
ଏହା ବ୍ୟତୀତ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୧୯ ଓଭରରେ ପ୍ରଥମ ବଲରେ ଆରୋନା ଫିଞ୍ଚ ଇଶ ସୋଡ଼ିଙ୍କ ବଲରେ ଛକା ମାରିଥିଲେ । ଏହା ପରେ ଦର୍ଶକ ଅଭାବ ହେତୁ ଫିଲ୍ଡିଂ କରୁଥିବା କିୱି ବୋଲର ଲକି ଫର୍ଗୁସନ ଷ୍ଟାଣ୍ଡକୁ ଯାଇ ନିଜେ ବଲ ଆଣିଥିଲେ ।
କରୋନାର ପ୍ରଭାବ ପ୍ରତିଟି ଖେଳ ଉପରେ ପଡ଼ିଛି । ଭାରତରେ ଆୟୋଜିତ ହେବାକୁ ଥିବା ଆଇପିଏଲ ୧୫ ଯାଏଁ ସ୍ଥଗିତ କରାଯାଇଛି । ଏଥିସହ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଦୁଇଟି ଦିନିକିଆ ମଧ୍ୟ ଦର୍ଶକଙ୍କ ବିନା ଉପସ୍ଥିତିରେ ଅନୁଷ୍ଠିତ ହେବ ।

Related posts

ଦିନିକିଆ ବିଶ୍ବକପରୁ ୨୭ ଖେଳାଳି କାହିଁକି ପଡିବେ ବାଦ୍ ? ଜାଣନ୍ତୁ

କ’ଣ ହେବ ମାହିଙ୍କ IPL କ୍ୟାରିୟର ??

Odisha Sports Bureau

କୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦା