କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ତାଙ୍କର ପ୍ରେିୟ ଖେଳାଳୀ ବିରାଟ ନିଜର ଫ୍ୟାନ୍ ମାନଙ୍କୁ ଭେଟି ଦେଇଛନ୍ତି ଆଊ ଏକ ନୂତନ ରେକର୍ଡ଼ । ରେକର୍ଡ଼ ପରେ ରେକର୍ଡ଼ କରିଚାଲିଛନ୍ତି ବିରାଟ । ନିଜ ବ୍ୟାଟିଙ୍ଗ୍ ଅନ୍ଦାଜରେ ଯାଦୁ ଦେଖାଇଛନ୍ତି ସେ । ଟିମ୍ ଇଣ୍ଡିଆର ରନ୍ ମେସିନ୍ ତଥା ଅଧିନାୟକ ବିରାଟ୍ କୋହଲି ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ରେକର୍ଡ କରିଚାଲିଛନ୍ତି। । କ୍ରିକେଟ ଜଗତରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ବିରାଟ କୋହଲି । ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂରଣ କରିଛନ୍ତି କୋହଲି । ଦିନିକିଆରେ ୨୦୫ଟି ଇଂନିସରେ କୋହଲି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବିଶ୍ୱର ଦ୍ରୁତତମ ୧୦ ହଜାର ରନ୍ ସ୍କୋରର ହୋଇଛନ୍ତି ବିରାଟ । ଏହା ସହ ପଞ୍ଚମ ଭାରତୀୟ ଭାବେ ୧୦ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ଯୁବ ତାରକା ବିରାଟ କୋହଲି ।
ବିରାଟଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଏବଂ ମହେନ୍ଦ୍ର ସିଂହ ଧୋନୀ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ କରି ସାରିଛନ୍ତି । ତେବେ ବିରାଟଙ୍କୁ ରନ୍ ମେସିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସହ ଦିନିକିଆରେ ଆଉ ଏକ ବ୍ୟାଟିଂ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି କୋହଲି ।କ୍ରିକେଟ ଜଗତରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ।