Cricket

ବିରାଟଙ୍କ ବଡ଼ ଫ୍ୟାନ, କୁକୁଡ଼ାଖଣ୍ଡିରୁ ବିଶାଖାପାଟଣା

(ଓଡିଶା ସ୍ପୋର୍ଟସ ): ଟିମ ଇଣ୍ଡିଆର କ୍ୟାପଟେନ ବିରାଟ୍ କୋହଲିଙ୍କର ସାରା ବିଶ୍ୱରେ ହଜାର ହଜାର ପ୍ରଶଂସକ ଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ଓଡ଼ିଆ ପ୍ରଶଂସକ । ସେହି ପ୍ରଶଂସକ ଜଣକ ଆଉ କେଉଁଠୁ ନୁହେଁ, ବରଂ ଓଡ଼ିଶାରୁ ଆସିଛନ୍ତି। କୋହଲିଙ୍କର ଏହି ବଡ଼ ପ୍ରଶଂସକଙ୍କ ନାଁ ହେଉଛି ପିଣ୍ଟୁ ବେହେରା। ସେ ନିଜକୁ କୋହଲିଙ୍କୁ ସବୁଠାରୁ ବଡ଼ ପ୍ରଶଂସକ ବୋଲି କହୁଛନ୍ତି ଏବଂ ଏହାର କାରଣ ମଧ୍ୟ ରହିଛି। ପିଣ୍ଟୁ ନିଜର ପୂରା ଶରୀରରେ ବିରାଟ୍ କୋହଲିଙ୍କ ଟାଟୁ କରିଛନ୍ତି, ଯେଉଁଥିରେ ତାଙ୍କ ନାଁଠାରୁ ଆରମ୍ଭ କରି ତାଙ୍କ ଫଟୋ ମଧ୍ୟ ଅଛି।

ପିଣ୍ଟୁ ନିଜ ଶରୀରରେ କୋହଲିଙ୍କୁ ମୋଟ ୧୫ଟି ଟାଟୁ କରିଛନ୍ତି। ପିଣ୍ଟୁ ନିଜ ଶରୀରରେ କୋହଲିଙ୍କ ଜର୍ସି ନମ୍ବରଠାରୁ ଆରମ୍ଭ କରି ତାଙ୍କର ବଡ଼ ଉପଲବ୍ଧିର ଟାଟୁ କରିଛନ୍ତି। ପିଣ୍ଟୁ ନିଜ ପିଠିରେ କୋହଲିଙ୍କ ଜର୍ସି ନମ୍ବର (୧୮), ୨୦୦୮ରେ ଅଣ୍ଡର୍-୧୯ ବିଶ୍ୱକପ୍, ୨୦୧୩ରେ ଅର୍ଜୁନ୍ ପୁରସ୍କାର, ୨୦୧୭ରେ ପଦ୍ମଶ୍ରୀ, ତିନୋଟି ଫର୍ମାଟରେ ୨୬ହଜାର ରନ୍ ଏବଂ ୬୮ ଶତକ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ପିଣ୍ଟୁ ନିଜ ହାତରେ ମଧ୍ୟ ଟାଟୁ କରିଛନ୍ତି।

ଓଡ଼ିଶାରୁ ଆସିଥିବା ପିଣ୍ଟୁ ଭାରତର ସବୁ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ପହଞ୍ଚନ୍ତି ଏବଂ ସର୍ବଦା କୋହଲିଙ୍କୁ ଚିୟର କରନ୍ତି। ବିଶାଖାପାଟଣାରେ ପିଣ୍ଟୁ କୋହଲିଙ୍କୁ ସାକ୍ଷାତ କରିଥିଲେ। ପିଣ୍ଟୁଙ୍କୁ ଦେଖିବା ମାତ୍ରକେ କୋହଲିଙ୍କ ଭାବପ୍ରବଣ ହୋଇପଡ଼ିଥିଲେ ଏବଂ ତୁରନ୍ତ ପିଣ୍ଟୁଙ୍କୁ ଆଲିଙ୍ଗନ କରିପକାଇଥିଲେ। କୋହଲି ଓ ପିଣ୍ଟୁଙ୍କ ସାକ୍ଷାତର ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ପିଣ୍ଟୁ ବିରାଟଙ୍କୁ ଭେଟିବା ପରେ କହିଛନ୍ତି, ‘ଏହା ମୋ ଜୀବନର ଏକ ଆନନ୍ଦମୟ ମୁହୂର୍ତ୍ତ। ୩ ବର୍ଷରୁ ଊର୍ଧ୍ୱ ସମୟ ହେବ ମୁଁ ଏପରି ଏକ ମୁହୂର୍ତ୍ତ ପାଇଁ ଆପେକ୍ଷା କରିଥିଲି। ମୁଁ ଏବେ ସୁଦ୍ଧା ବିଶ୍ୱାସ କରିପାରୁନି।’

ପିଣ୍ଟୁ ବୃତ୍ତିରେ ଜଣେ କଣ୍ଟ୍ରାକ୍ଟର। ପିଣ୍ଟୁଙ୍କ ଘର ଗଞ୍ଜାମ ଜିଳ୍ଲାର କୁକୁଡ଼ାଖଣ୍ଡି ତହସିଲର ମସିଆଖାଇ ଗ୍ରାମରେ। ସେ ବିରାଟଙ୍କୁ ଭେଟି ନିଜ ଦେହ ସାରା କରିଥିବା ଟାଟୋକୁ ବିରାଟଙ୍କୁ ଦେଖାଇଛନ୍ତି।

Related posts

ପ୍ରଥମ ଥର ପାଇଁ ଟ୍ୱେଣ୍ଟି -୨୦ଦଳରୁ ଧୋନିଙ୍କୁ ବାଦ ଦିଆଯାଇଛି

Odisha Sports Bureau

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

Odisha Sports Bureau

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau