Cricket

ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଚୟନ

(ଓଡିଶା ସ୍ପାର୍ଟ): ଆସନ୍ତାକାଲି ବିଶ୍ୱକପ ପାଇଁ ଭାରତୀୟଦଳ ଘୋଷଣା ହେବ।ଚୟନ କମିଟି ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ ।
୧୫ ଜଣିଆ ଦଳରେ କିଏ କିଏ ରହିବେ ତାହାକୁ ନେଇ ଏବେଠାରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି । ଜାତୀୟ ସ୍ତରର ଖବରକାଗଜ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୫ ଜଣିଆ ଦଳ ମଧ୍ୟରୁ ଇତି ମଧ୍ୟରେ ୧୪ ଜଣଙ୍କ ନାଁ ଚୂଡାନ୍ତ ହୋଇସାରିଲାଣି । କାଲିସୁଦ୍ଧା ଆଉ ଜଣକର ନାଁ ଚୂଡାନ୍ତ ହୋଇଯିବ ।

ଏହି ରିପୋର୍ଟ ଅନୁସାରେ ବିରାଟ କୋହଲୀ ଦଳର ନେତ୍ତ୍ବ ନେବେ । ଅନ୍ୟ ଖେଳାଳୀମାନେ ହେଲେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ଶିଖର ଧୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, କୂଳଦୀର ଯାଦବ, ଭୁବନେଶ୍ବର କୁମାର, ବୁମରା, ମହମ୍ମଦ ସମି, କେଦାର ଯାଦବ, କେଏଲ ରାହୁଲ,ବିଜୟ ଶଙ୍କର ଓ ରିଷଭ ପନ୍ତ ।ଏପ୍ରିଲ ୨୩ ସୁଦ୍ଧା ସବୁ ଟିମଙ୍କୁ ନିଜର ୧୫ ଜଣିଆ ଦଳ ଘୋଷଣା କରିବାକୁ ଆଇସିସି କହିଛି ।

Related posts

୨୦୨୨ରେ ହରଭଜନଙ୍କ ନୂଆ ଅବତାର

Odisha Sports Bureau

ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ଭାରତ

Odisha Sports Bureau

ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନେଲା ଭାରତ

Odisha Sports Bureau

Leave a Comment