Badminton

ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ: ପୁରୁଷ ସିଙ୍ଗଲ୍ସ ଟପ୍‌-୧୦ରେ ଭାରତର ପ୍ରଣୀଥ

 ( ଓଡିଶା ସ୍ପୋର୍ଡ଼ସ ): ପ୍ରକାଶିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ ପୁରୁଷ ସିଙ୍ଗଲ୍ସ ଟପ୍‌-୧୦ରେ ସ୍ଥାନ ପାଇଛନ୍ତି ଭାରତର ବି. ସାଇ ପ୍ରଣୀଥ। ସେ ପୂର୍ବ ର଼୍ୟାଙ୍କିଙ୍ଗ୍‌ଠାରୁ ଗୋଟିଏ ପାହାଚ ଉପରକୁ ଉଠି ୧୦ମ ସ୍ଥାନ ଅଧିକାର କରିଛନ୍ତି। ତେବେ କିଡାମ୍ବି ଶ୍ରୀକାନ୍ତ ୩ଟି ସ୍ଥାନ ତଳକୁ ଖସି ୧୩ରେ ପହଞ୍ଚତ୍ଛନ୍ତି। ଗତ ଅଗଷ୍ଟରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ପ୍ରଣୀଥ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ଅନ୍ୟତମ ଭାରତୀୟ ସମୀର ବର୍ମା ଗୋଟିଏ ପାଦ ଉପରକୁ ଉଠି ୧୬ତମ ସ୍ଥାନରେ ପହଞ୍ଚତ୍ ଯାଇଛନ୍ତି। ଜାପାନର କେନ୍‌ତୋ ମୋମୋତା ଏହି ତାଲିକାର ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ମହିଳା ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଯଥାକ୍ରମେ ୬ଷ୍ଠ ଓ ୯ମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ପୁରୁଷ ଡବଲ୍ସରେ ସ୍ବସ୍ତିକ ସାଇରାଜ ରାନ୍‌କି ରେଡ୍ଡୀ ଓ ଚିରାଗ ସେଟ୍ଟି ୭ମ ସ୍ଥାନକୁ ଉଠିଛନ୍ତି। ସେମାନେ ପୂର୍ବ ର଼୍ୟାଙ୍କିଙ୍ଗ୍‌ରେ ୯ମ ସ୍ଥାନରେ ଥିଲେ। ଏହି ଭାରତୀୟ ଯୋଡ଼ି ନିକଟ ଅତୀତରେ ଭଲ ପ୍ରଦର୍ଶନ କରି ତା’ର ପୁରସ୍କାର ପାଇଛନ୍ତି। ଗତ ଅକ୍ଟୋବରରେ ଆୟୋଜିତ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନର ଫାଇନାଲରେ ପ୍ରବେଶ କରିଥିବାବେଳେ ନିକଟରେ ଅନୁଷ୍ଠିତ ଚାଇନା ଓପନରେ ସେମିଫାଇନାଲରେ ପରାଜିତ ହୋଇଥିଲେ।

Related posts

ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ

ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ମନା କରିବା ପଡିଲା ମହଙ୍ଗା

Odisha Sports Bureau

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau