More Sports

ଭାରତର ୨ ଯୋଡ଼ି ପୁରୁଷ ଡ଼ବଲ୍ସ ସେମିକୁ ଉନ୍ନୀତ

(ଓଡିଶା ସ୍ପୋର୍ଟ): କଟକରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନସିପରେ ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ କ୍ୱାର୍ଟର୍ ଫାଇନାଲ୍ରେ ଶରତ କମଲ-ଜି.ସାଥିଆନ୍ ୩-୦ (୧୧-୨, ୧୧-୬, ୧୧-୫)ରେ ଇ˚ଲଣ୍ତର ଡେଭିଡ୍ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧(୯-୧୧, ୧୧-୭, ୧୧-୭, ୧୧-୯) ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍ ଚାମ୍ବର୍ସଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ସେମି ଫାଇନାଲ୍ରେ ସିଙ୍ଗାପୁରର କୋଏନ୍ ପାଙ୍ଗ-ସାଓ ହାନ୍ ଜୋସ୍ ଏବ˚ ଇ˚ଲଣ୍ତର ସାମୁଏଲ୍ ଵାକର-ଥୋମାସ ଜାର୍ଭିସ୍ଙ୍କ ଯୋଡି ଭାରତୀୟ ଯୋଡିଙ୍କ ସହ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Related posts

ଥାଇଲ୍ୟାଣ୍ଡ ଓପନ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଆଶିଷ

ଭାରତୀୟ ଜୁନିୟର ଟିମ୍ ୩ୟ କାଟାଗୋରିରେ ରୋନାଲ୍ଡୋ ନଂ-୧

Odisha Sports Bureau

ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ଟିକେଟ