(ଓଡିଶାସ୍ପୋର୍ଟସ୍): ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୮ରୁ ଦିନିକିଆ ସିରିଜ ଆରମ୍ଭ ହେଉଥିବା ବେଳେ ୨୨ ଅଗଷ୍ଟରେ ପ୍ରଥମ ଟେଷ୍ଟ ଓ ୩୦ ଅଗଷ୍ଟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ମ୍ୟାଚରେ ବିରାଟ ବାହିନୀଙ୍କୁ କଡ୍ଡା ଟକ୍କର ଦେବ ୱେଷ୍ଟଇଣ୍ଡିଜ ଦଳ ବୋଲି ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଭିଭିଆନ ରିଚାର୍ଡ୍ସ ଆଶା ବ୍ୟକ୍ତ କରିଛନ୍ତି । ଭାରତ ଏହି ଗସ୍ତରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ । ଏହି ଗସ୍ତର ଆରମ୍ଭ ଆମେରିକାରୁ ହେବ । ଆମେରିକାରେ ପ୍ରଥମେ ଦୁଇଟି ଟି-୨୦ ମ୍ୟାଚ ଖେଳାଯିବ ଏବଂ ପରେ ୱେଷ୍ଟଇଣ୍ଡିଜରେ ଘରୋଇ ଦଳକୁ ଟକ୍କର ଦେବ ଟିମ୍ ଇଣ୍ଡିଆ ।
ଏହି ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ ଆଇସିସି ଟେଷ୍ଟ ଚାମ୍ପିୟନସିପ ଅଧିନରେ ଖେଳାଯିବ । ମ୍ୟାଚର ସିଧାପ୍ରସାରଣ ଦାୟିତ୍ୱ ହାସଲ କରିଥିବା ସୋନୀ ପିକ୍ଚର୍ସର ମିଡିଆ ବିଜ୍ଞପ୍ତିରେ ରିଚାର୍ଡ୍ସ କହିଛନ୍ତି, ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସର୍ବଦା ରୋମାଞ୍ଚକର ମୁକାବିଲା ଦେଖିବା ପାଇଁ ମିଳିଛି, ଏବଂ ଏଥର ମଧ୍ୟ ଏହାଠାରୁ କମ୍ ଆଶା କରାଯାଇ ନପାରେ । ୱେଷ୍ଟଇଣ୍ଡିଜ ଦଳର ବର୍ତ୍ତମାନ ଫର୍ମକୁ ଦେଖି ମୋତେ ଲାଗୁଛି ଯେ ସେମାନେ ଭାରତୀୟ ଦଳକୁ କଡା ଟକ୍କର ଦେବେ ।
ଏହି ଗସ୍ତରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ଭାରତୀୟ ଦଳ ।
previous post
next post