Cricket

ଭାରତ-ନ୍ୟୁଜଲ୍ୟାଣ୍ଡ ଟି୨୦ ସିରିଜରୁ ବାଦ ପଡ଼ିପାରନ୍ତି ଧାୱନ

(ଓଡ଼ିଶା ସ୍ପୋର୍ଟସ ): ଚଳିତ ମାସ ୨୪ ତାରିଖରେ ଭାରତ-ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ସିରିଜରୁ ଶିଖର ଧୱନ ବାଦ ପଡିପାରନ୍ତି । କାରଣ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆରେ ଫିଲଡିଂ କରୁଥିବା ବେଳେ ବାମ କାନ୍ଧରେ ଗୁରୁତର ଆଘାତ ପାଇଥିଲେ ଶିଖର । ତେଣୁ ଧୱନ ଖେଳିବେ କି ନେଇ ସନ୍ଦେହ ଲାଗି ରହିଛି । ଏନେଇ ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଇଏସପିଏନ କ୍ରିକଇନଫୋ ପକ୍ଷରୁ ଶିଖର ଧୱନ ଦଳରୁ ବାଦ ପଡିଥିବା ନେଇ ଦାବୀ କରାଯାଇଛି ।
ଶିଖର ଧୱନ ଦଳରୁ ବାଦ ପଡ଼ିଥିଲେ ମଧ୍ୟ ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ଚୟନ କରାଯିବ ସେ ନେଇ କିଛି ନିଷ୍ପତି ହୋଇ ନଥିଲେ ମଧ୍ୟ କେତେକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯୁବ ଓପନର ପୃଥ୍ୱୀ ଶ ଙ୍କୁ ସୁଯୋଗ ଦେଇପାରନ୍ତି ଚୟନକର୍ତ୍ତା ।

Related posts

ଭାରତୀୟ ଟିମର ଅଭ୍ୟାସ ସେଶନରେ ଯୋଗ ଦେଲେ ସାମୀ

Odisha Sports Bureau

ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ

Odisha Sports Bureau

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ

Odisha Sports Bureau