(ଓଡିଶାସ୍ପୋର୍ଟସ୍): ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମା ବଡ଼ ରେକର୍ଡ଼ କରିପାରନ୍ତି । ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ପ୍ରଥମ ସିରିଜ । ଆମେରିକାର ଫ୍ଲୋରିଡାସ୍ଥିତ ଲୌଡରହିଲ୍ରେ ପ୍ରଥମ ୨ ଟ୍ବେଣ୍ଟି-୨୦ ଖେଳିବା ପରେ ଭାରତୀୟ ଦଳ ପରବର୍ତୀ ଟ୍ବେଣ୍ଟି-୨୦ ୱେଷ୍ଟଇଣ୍ଡିଜ୍ର ଗାୟନାରେ ଖେଳିବ। । ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ । ବିଶ୍ବକପ୍ ଦଳରୁ ବଞ୍ଚିତ ହେବା ପରେ ଶ୍ରେୟସ ଆୟର ଏବଂ ମନୀଷ ପାଣ୍ଡେଙ୍କ ପାଇଁ ଏହା ବଡ଼ ପରୀକ୍ଷା ହେବ। ଶେଷ ଥର ପାଇଁ ପାଣ୍ଡେ ୨୦୧୮ ନଭେମ୍ଭରରେ ଏବଂ ଆୟର ୨୦୧୮ ଫେବ୍ରୁଆରିରେ ଭାରତ ପାଇଁ ଖେଳିଥିଲେ। ଉଭୟଙ୍କୁ ୬ଟି ଲେଖାଏଁ ସୀମିତ ଓଭର ମ୍ୟାଚ୍ ମିଳିବ। ଉଭୟ ମଧ୍ୟ ବର୍ତମାନ ଭାରତ ‘ଏ’ ଦଳରେ ସାମିଲ ହୋଇ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭଲ କରିଛନ୍ତି। ସ୍ପିନ୍ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଏବଂ ପେସ୍ ଯୋଡ଼ି ଖଲିଲ୍ ଅହମ୍ମଦ, ଦୀପକ ଚହର ମଧ୍ୟ ଦଳକୁ ଫେରିଛନ୍ତି। ଚୂଡ଼ାନ୍ତ ଦଳରେ ଅଛନ୍ତି ନଭଦୀପ ସାଇନି, ରାହୁଲ ଚହର, ଶ୍ରେୟସ ଆୟାର, ଓ୍ଵାଶିଂଟନ୍ ସୁନ୍ଦର ଓ କ୍ରୁନାଲ୍ ପାଣ୍ଡ୍ୟାଙ୍କ ଭଳି କ୍ରିକେଟର । ସେହିପରି ଆହତ କାରଣରୁ ବିଶ୍ୱକପ୍ ଅଧାରୁ ବାଦ ପଡ଼ିଥିବା ଧୁରନ୍ଧର ଓପନର ଶିଖର ଧଓ୍ଵନ ପ୍ଲେଇଂ ଇଲେଭେନକୁ ଫେରିଥିବାରୁ ଟପ୍ ଅର୍ଡର ଶକ୍ତିଶାଳୀ ହୋଇଛି । ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି, ମନୀଷ ପାଣ୍ଡେ ଓ ରୁଷଭ ପନ୍ଥଙ୍କ କାନ୍ଧରେ ରହିବ ବ୍ୟାଟିଂ ଲାଇନ୍ ଅପ୍ । ସେହିପରି ବୋଲିଂ ଭାର ସମ୍ଭାଳିବେ ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର, ରାହୁଲ ଚହର । ସେପଟେ ୱେଷ୍ଟଇଣ୍ଡିଜ ବି ଭାରତକୁ ଚେକମେଟ୍ ଦେବାକୁ ତୟାର ରହିଛି । ଚଳିତ ବିଶ୍ୱକପରେ ଲିଗ୍ ପର୍ୟ୍ୟାୟରୁ ବିଦା ହୋଇଥିଲେ ବି ଜବରଦସ୍ତ ଖେଳ ଦେଖାଇଥିଲା କାରାବେଆନ୍ ଟିମ୍ । କାର୍ଲୋସ ବ୍ରାଥେଓ୍ଵଟ୍, କେରନ୍ ପୋଲାର୍ଡ, ସୁନୀଲ ନାରିନ୍, ଏଭେନ୍ ଲୁଇସ୍, ସିମରନ୍ ହେଟମାୟାର୍ କିଛି ବି କମାଲ କରି ପାରନ୍ତି । ତିନିଟି ଟି- ଟ୍ବେଣ୍ଟି ସହ ଭାରତ ୱେଷ୍ଟଇଣ୍ଡିଜ ଗସ୍ତରେ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିବ ।
previous post