More Sports

 ଭାରୋତ୍ତଳନବିଶ୍ୱ ଚମ୍ପିଆନସିପ୍ ରେ ଭାରତୀୟ ଟିମର ପ୍ରତିନିଧିତ୍ୱ କରିବେ ମୀରାବାଇ

(ଓଡିଶା ସ୍ପୋର୍ଟ): ପୂର୍ବ ଚମ୍ପିଆନ ମୀରାବାଇ ଚାନୁ ଥାଇଲାଣ୍ଡରେ ହେବାକୁ ଥିବା ଭାରୋତ୍ତଳନ ବିଶ୍ୱ ଚମ୍ପିଆନସିପ୍  ରେ ୭ ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମର ପ୍ରତିନିଧିତ୍ୱ କରିବେ । ସେପ୍ଟେମ୍ବର ୧୮ରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ଚମ୍ପିଆନସିପ୍ ଟୋକ୍ୱ ଅଲମ୍ପିକ୍ ୨୦୨୦ ପାଇଁ କ୍ୱାଲିଫାଇ ଟୁର୍ଣ୍ଣାମେଣ୍ଟ ଅଟେ । ଥାଇଲାଣ୍ଡରେ ଅଭ୍ୟାସରତ ଟିମ୍ରେ ୪ ଜଣ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି । ରାଷ୍ଟ୍ରୀୟ କୋଚ୍ ବିଜୟ ଶର୍ମା କହିଛନ୍ତି, “ଏହା ଆମର କୋର ଅଲମ୍ପିକ୍ଗ୍ରୁପ୍ ଅଟେ । ସେମାନଙ୍କୁ ଟୋକ୍ୱ ପାଇଁ ୬ଟି କ୍ୱାଲିଫାଇଙ୍ଗ ରାଉଣ୍ଡ ଖେଳିବାକୁ ହେବ, ଯେଉଁଥିରେ ବିଶ୍ୱ ଚମ୍ପିଆନସିପ୍ ମଧ୍ୟ ସାମିଲ ଅଛି ।” ସେ କହିଥିଲେ, “ଆମେ କୋର ଗ୍ରୁପ୍ରେ କେତେଜଣ ନୂତନ ଯୁବକଙ୍କୁ ସାମିଲ କରିଛୁ, କାରଣ ସେମାନଙ୍କର କିଛି ଅନୁଭବ ମିଳିପାରିବ । ଏହାଦ୍ୱାରା ଆମେ ଭବିଷ୍ୟତ ପାଇଁ ଭଲ ଭାରୋତ୍ତନକାରୀ ପ୍ରସ୍ତୁତ କରିପାରିବା ।” ୨୦୧୭ ମସିହାରେ ଆମେରିକାରେ ହୋଇଥିବା ବିଶ୍ୱ ଚମ୍ପିଆନସିପରେ ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ମୀରାବାଇଙ୍କ ଠାରୁ ଭାରତ ପୁଣି ଥରେ ସ୍ୱର୍ଣ୍ଣ ପଦକର ଆଶା ରଖିଚି । ସେ ପୂର୍ବ ବର୍ଷ ଆହତ ହୋଇଥିବାରୁ ଭାଗ ନେଇ ପାରି ନ ଥିଲେ ।

ଟୋକ୍ୱ ଅଲମ୍ପିକ୍ ୨୦୨୦ର କ୍ୱାଲିଫକେସନ୍ ପ୍ରକ୍ରିୟା ଅନୁଯାୟୀ ୧୮ ମାସ ଭିତରେ ୬ଟି ଟୁର୍ଣ୍ଣାମେଣ୍ଟରେ ଭାରତ୍ତୋଳନର ପ୍ରଦର୍ଶନ ଦେଖାଯିବ, ଯେଉଁଥିରେ ୪ଟି ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଯିବ । ଭାରତୀୟ ଟିମର ପୁରୁଷ ବିଭାଗରେ ଜେରେମି ଲାଲାରିନୁଙ୍ଗା(୬୭ କିଗ୍ରା), ଅଚିନ୍ତା ଏସ୍(୭୩କିଗ୍ରା) ଏବଂ ଅଜୟ ସିଂହ(୧୮ କିଗ୍ରା) । ମହିଳାଙ୍କ ଟିମରେ ମିରାବାଇ ଚାନୁ(୪୯ କିଗ୍ରା), ଜିଲ୍ଲି ଦଲବେହେରା(୪୫ କିଗ୍ରା), ସ୍ନେହା ସୋରେନ(୫୫ କିଗ୍ରା) ଏବଂ ରାଖୀ ହଳଧର(୬୪ କିଗ୍ରା) ।

Related posts

ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମରାଜ ଅରୋରାଙ୍କ ହୃଦଘାତରେ ମୃତ୍ୟୁ

Odisha Sports Bureau

ସ୍କ୍ୱାସ୍ ଚମ୍ପିଆନଶିପରେ ଭାରତୀୟ ଟିମର ପ୍ରତିିନିଧିତ୍ୱ କରିବେ ଘୋଶାଲ ଏବଂ ଜୋସ୍ନା

Odisha Sports Bureau

ସୁମ୍ମୋରଙ୍କ ଠାରୁ ଟ୍ରେନିଙ୍ଗ ନେବେ ମନିକା

Odisha Sports Bureau