Cricket

ମହମ୍ମଦ ଶାମିଙ୍କୁ ଆଶ୍ୱସ୍ତି

(ଓଡିଶାସ୍ପୋର୍ଟସ ): ବହୁ ସମୟ ଧରି ଅଡ଼ୁଆରେ ଛନ୍ଦି ହୋଇ ରହିଥିବା ଭାରତୀୟ କିକ୍ରେଟ ଟିମର ବୋଲର ମହମ୍ମଦ ଶାମିଙ୍କୁ ଆଶ୍ୱସ୍ତି ମିଳିଛି । ଶାମିଙ୍କ ନାମରେ ତାଙ୍କ ସ୍ତ୍ରୀ ହାସିନ ଜହାନଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗର ଅଲୀପୁଲର କୋର୍ଟ ଏକ ଗିରଫ ୱାରେଣ୍ଟ ଜାରି କରିଥିଲେ। ଏବେ ତାହା ଉପରେ ରୋକ ଲଗାଇଛନ୍ତି କୋର୍ଟ। ଶାମି ଓ ତାଙ୍କ ଭାଇ ହାସିଦ ଅହମ୍ମଦଙ୍କୁ ୧୫ ଦିନ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ଶେଷ କରି ଶାମି ଏବେ ଆମେରିକାରେ ଅଛନ୍ତି। ସେ ନିଜ ଓକିଲଙ୍କ ପରାମର୍ଶ ନେଉଛନ୍ତି। ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବେ ବୋଲି ଜଣାପଡିଛି। ଏହି ମାମଲାରେ ଶାମିଙ୍କ ସପକ୍ଷ ରେ ମତ ଦେଇଛି ବିସିସିଆଇ। ଚାର୍ଜଶିଟ୍ ନ ଦେଖିବା ପର୍ୟ୍ୟନ୍ତ ଶାମିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ବିସିସିଆଇ କହିଛି। ୨୦୧୮ରେ ଶାମିଙ୍କ ଉପରେ ତାଙ୍କ ସ୍ତ୍ରୀ ହାସିନ ମାରପିଟ, ବଳାତ୍କାର, ହତ୍ୟାର ପ୍ରୟାସ ଏବଂ ଘରୋଇ ହିଂସା ଆଦି ଅନେକ ଗୁରୁତର ଅଭିଯୋଗ ଲଗାଇଥିଲେ। ଏହାସହ ତାଙ୍କର ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଛି ବୋଲି କହିଥିଲେ। ଏ ନେଇ ହାସିନ ଶାମିଙ୍କ ବିରୋଧରେ ମକଦ୍ଦମା ମଧ୍ୟ ଦାୟର କରିଛନ୍ତି। ଶାମିଙ୍କର ତଲାକ ମାମଲା ମଧ୍ୟ କୋର୍ଟରେ ଚାଲିଛି।

Related posts

ଭାରତକୁ ୨୭୭ ଟାର୍ଗେଟ , ଟସ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲା ଭାରତ

Odisha Sports Bureau

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ

Odisha Sports Bureau

ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ.ଏଲ ରାହୁଲ

Odisha Sports Bureau