Hockey

ମହିଳା ହକୀ ଟିମର ବିଜୟ ସହିତ ଆରମ୍ଭ ନ୍ୟୁଜଲ୍ୟାଣ୍ଡ୍ ଟୁର

(ଓଡିଶା ସ୍ପୋର୍ଟସ): ଭାରତୀୟ ମହିଳା ହକୀ ଟିମ୍ ନ୍ୟୁଜଲ୍ୟାଣ୍ଡ ପର୍ଯ୍ୟାୟକୁ ବହୁତ ସାନଦାର ଅନ୍ଦାଜରେ ଆରମ୍ଭ କରିଛି । ଟିମ୍ ନ୍ୟୁଜଲ୍ୟାଣ୍ଡକୁ ୪-୦ରେ ମାତ୍ ଦେଇଛି । ଏହି ବର୍ଷ ଟିମ୍ ନିଜର ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନ୍ୟୁଜଲ୍ୟାଣ୍ଡ ଗସ୍ତ କରିଛି । ଭାରତୀୟ କ୍ୟାପଟେନ୍ ରାନୀ ରମପାଲ୍ ଦୁଇଟି ଗୋଲ୍ କରିଛନ୍ତି, ଶର୍ମିଲା ଏବଂ ନମିତା ଟୋପ୍ପୋ ମଧ୍ୟ ଗୋଟିଏ-ଗୋଟିଏ ଗୋଲ କରିଛନ୍ତି । ଭାରତୀୟ ଟିମ୍ ଗୁରୁବାର ଦିନ ଏଠାରେ ପହଞ୍ଚିଛି, ସେ ହୋଷ୍ଟ୍ ସହିତ ଚାରଟି ମ୍ୟାଚରେ ସାମ୍ନା-ସାମ୍ନି ହେବେ ।
ଏହା ସହିତ ଭାରତୀୟ ଟିମ୍ ଗୋଟିଏ ମ୍ୟାଚରେ ବ୍ରିଟେନ୍ ସହିତ ଖେଳିବ । ଭାରତ ୧-୦ରେ ଆଗୁଆ ରହିବା ପରେ ଲଗାତର ପେନାଲ୍ଟି କାର୍ନରହାସଲ କରିଥିଲ, କିନ୍ତୁ ଏହାକୁ ଗୋଲରେ ପରିଣତ କରିପାରିଲାନାହିଁ । ଶର୍ମିଲା ପୁନର୍ବାର ତୃତୀୟ କ୍ୱାଟରରେ ଆଗୁଆକୁ ଦୁଇଗୁଣିତ କରିଥିଲେ, ଏହା ପରେ ରାନୀ ଚତୁର୍ଥ କ୍ୱାର୍ଟରରେ ନିଜର ଦ୍ୱିତୀୟ ଗୋଳ କରି ୩-୦ କରିଛନ୍ତି । ନମିତା ଟୋପ୍ପୋ ଭାରତୀୟ ଟିମ୍ ପାଇଁ ଚତ୍ରୁ୍ଥ ଗୋଲ କରିଥିଲେ ।

Related posts

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ

Odisha Sports Bureau

ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତି

Odisha Sports Bureau

ଭୂବନେଶ୍ୱରରେ ନମାଜ ପାଠ କଲେ ପାକିସ୍ତାନ ଟିମ୍

Odisha Sports Bureau