More Sports

ମେରିକମ୍‌ଙ୍କୁ ‘ଓଏଲ୍‌ୱାଇ’ ମାନ୍ୟତା ପ୍ରଦାନ

(ଓଡ଼ିଶା ସ୍ପୋର୍ଟସ ): ବିଶ୍ବ ଅଲିମ୍ପିଆନ୍‌ ସଂଘ (ଡବ୍ଲୁଓଏ) ଗୁରୁବାର ୬ ଥରର ବିଶ୍ବ ବିଜୟିନୀ ଏମ୍‌ସି ମେରିକମ୍‌ଙ୍କୁ ‘ଓଏଲ୍‌ୱାଇ’ ମାନ୍ୟତା ପ୍ରଦାନ କରିଛି। ‌ଫଳରେ ‌ଏହି ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଜ ନାଁ ଏବେ ‘ମେରିକମ୍‌ ଓଏଲ୍‌ୱାଇ’ ହେବ। ସେ ସମାଜରେ ଏହି ନାମରେ ପରିଚିତ ହେବେ। ଏହି ସମ୍ମାନର ପ୍ରମାଣପତ୍ର ପାଇବା ‌ପରେ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ମେରିକମ୍‌ ଡବ୍ଲୁଓଏ ସହ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି (ଆଇଓଏ)କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ‘ଓଏଲ୍‌ୱାଇ’ ହେଉଛି କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ସମ୍ମାନ। ଯେଉଁ ଖେଳାଳି ସମାଜରେ ଅଲିମ୍ପିକ୍ସର ମୂଲ୍ୟକୁ ବୃଦ୍ଧି କରାଇବା ସହିତ ବଞ୍ଚାଇ ରଖିବା ପାଇଁ କାମ କରିଥାନ୍ତି ସେମାନଙ୍କୁ ‘ଓଏଲ୍‌ୱାଇ’ ମାନ୍ୟତା ଦିଆଯାଏ। ନଭେମ୍ବର ୨୦୧୭ରୁ ଆଇଓଏ ଅନ୍ତଃରାଷ୍ଟ୍ରୀୟସ୍ତରର ଖେଳାଳିମାନଙ୍କୁ ଏହି ସମ୍ମାନ ପ୍ରଦାନ କରିଆସୁଛି।

Related posts

ଭାରତ ପାଇଁ ଗୌରବ ଆଣିଲେ ନୀରଜ ଚୋପ୍ରା

ମାଷ୍ଟର ଗେମ୍ସ ୨୦୧୯ରେ ପାର୍ବତୀଙ୍କୁ ରୋପ୍ୟ

Odisha Sports Bureau

ଭୁଟାନକୁ ୧୦-୧ ଗୋଲରେ ପରାସ୍ତ କରି ସୈଫ୍ ଚମ୍ପିିଆନଶିପର ଫାଇନାଲରେ ଭାରତ

Odisha Sports Bureau