Cricket

ରାଜସ୍ତାନ ଓ ଚେନ୍ନାଇ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଧୋନିଙ୍କ ରାଗ

(ଓଡିଶା ସ୍ପୋର୍ଟ): ଗତକାଲି ଜୟପୁରରେ ରାଜସ୍ତାନ ରାୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ କୁଲ୍‌ କ୍ୟାପଟେନ୍‌ର ମାନ୍ୟତା ପାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ରାଗ ରୂପ ଦେଖିବାକୁ ମିଳିଛି ।ମ୍ୟାଚ୍ ବେଳେପଡ଼ିଆଭିତରେଧୋନିରାଗିବାକ୍ୱଚିତଦେଖାଯାଏ।

ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଅମ୍ପାୟାରଙ୍କ ଉପରେ ରାଗିଯାଇଛନ୍ତି । ଏମିତିକି ଅମ୍ପାୟାରଙ୍କ ସହ ଗରମାଗରମ ଯୁକ୍ତିତର୍କ ମଧ୍ୟ କଲେ। ଯେଉଁଥିପାଇଁ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କର୫୦ପ୍ରତିଶତ ମ୍ୟାଚ୍ ଫି କାଟିବାକୁ ନିର୍ଦ୍ଦେଶ ହୋଇଛିା

ରାଜସ୍ତାନ ରାୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଗତକାଲି ମୁକାବିଲା ହୋଇଥିଲା । ଶେଷ ଓଭରରେ ଚେନ୍ନାଇକୁ ୧୮ ରନ୍‌ର ଆବଶ୍ୟକତା ଥିଲା । ଏହି ସମୟରେ ଧୋନୀ ଆଉଟ୍‌ ହୋଇଯାଇଥିଲେ । ଶେଷ ତିନୋଟି ବଲ୍‌ରେ ୮ ରନ୍‌ କରିବାର ଥିଲା । ମିସେଲ୍‌ ସେଣ୍ଟନର୍‌ ଷ୍ଟ୍ରାଇକରେ ଥିଲେ । ଏହି ସମୟରେ ଅମ୍ପାୟାର ଉଲ୍ଲାସ ଗାନ୍ଧେ ଏକ ନୋ ବଲ୍‌ ଦେଇଥିଲେ । କିନ୍ତୁ ସ୍କ୍ୱାୟାର ଲେଗ୍‌ରେ ଥିବା ଅମ୍ପାୟାର ବ୍ରୁସ୍‌ ଏହି ନିଷ୍ପତ୍ତିକୁ ବଦାଳାଇ ଦେଇଥିଲେ । ଯାହାକୁ ନେଇ ଧୋନୀ ରାଗି ଯାଇ ପଡ଼ିଆ ଭିତରକୁ ଚାଲି ଆସିଥିଲୋ

କିନ୍ତୁ ଏହା ମଧ୍ୟରେ ଅମ୍ପାୟରଙ୍କ ନିଷ୍ପତ୍ତି ଆଉ ବଦଳି ନ ଥିଲା । ବ୍ରୁସଙ୍କ ନିଷ୍ପତ୍ତି କାଏମ ରହିଥିଲା । ତେବେ ଶେଷ ବଲ୍‌ରେ ତିନି ରନ୍‌ ଆବଶ୍ୟକ ଥିବାବେଳେ ମିସେଲ୍‌ ୬ ମାରି ଦଳକୁ ଏକ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ ।

ତେବେ ଧୋନୀଙ୍କୁ ଏଥିପାଇଁ ଦଣ୍ଡିତ କରାଯାଇଛି । ଆଇପିଏଲର ନିୟମ ୨.୨୦ ଆଧାରରେ ଧୋନୀଙ୍କୁ ଲେବଲ୍‌ ୨ର ଦୋଷୀ କରାଯାଇଛି । ଏହାକୁ ସେ ନିଜେ ସ୍ୱୀକାର ମଧ୍ୟ କରିଛନ୍ତି । ତାଙ୍କୁ ମ୍ୟାଚ୍‌ ଫିର ୫୦ ପ୍ରତିଶତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି ।

Related posts

ଭାରତକୁ ୨୧୬ ରନର ଟାର୍ଗେଟ୍, ଟିମ୍ ସିଫର୍ଟଙ୍କ ତୁଫାନି ଅର୍ଧଶତକ

Odisha Sports Bureau

ଆକାଶ ଦୀପ ବାରାଣସୀରେ ଅକ୍ଷିତା ରାଜଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଳ୍ୟୁଟିସି) ଫାଇନାଲ ମୁକାବିଲା ଦ୍ରାବିଡଙ୍କ ପ୍ରସ୍ତୁତ ଆରମ୍ଭ

Odisha Sports Bureau