Football

ରୋନାଲ୍ଡୋଙ୍କ ୭୦୦ ଗୋଲ ରେକର୍ଡ

(ଓଡିଶା ସ୍ପୋର୍ଟ): ଷ୍ଟାର ଫୁଟବଲର କ୍ରିଷ୍ଟୋୟାନୋ ରୋନାଲ୍ଡୋ ନିଜ କ୍ୟାରିୟରର ୭୦୦ତମ ଗୋଲ କରିଛନ୍ତି । ଅବଶ୍ୟ ସେ ନିଜ ଟିମ୍ ପର୍ତ୍ତୁଗିଜକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ । ସୋମବାରଦିନ ଖେଳାଯାଯାଇଥିବା ୟୁରୋ କ୍ୱାଲିଫାୟାର ମୁକାବିଲାରେ ୟୁକ୍ରେନ୍ ଟିମ୍ ପର୍ତ୍ତୁଗାଲକୁ ୨-୧ରେ ପରାସ୍ତ କରି ୟୁରେପିୟୋ ଚମ୍ପିଆନଶିପ୍ ୨୦୨୦ ପାଇଁ କ୍ୱାଲିଫାଇ କରିନେଇଛନ୍ତି । ଗ୍ରୁୁପ୍-ବିରେ ୟୁକ୍ରେନ୍ ଏହା ଗତ ମାସ ମ୍ୟାଚର ଷଷ୍ଠ ବିଜୟ ଅଟେ, ସେହିପରି ରୋନରଲ୍ଡଙ୍କ ବର୍ତ୍ତୁଗାଲ ଗ୍ରୁୁପର ଦ୍ୱିତୀୟ ସ୍ଥାନରେ ରହିଛି । ରୋନାଲ୍ଡୋ ମ୍ୟାଚର ୭୨ତମ ମିନିଟରେ ଗୋଲ କରି ଏହି ଉପଲବ୍ଧି ହାସଲ କରିଛନ୍ତି । ପର୍ତ୍ତୁଗାଲ ତରଫରୁ ଖେଳୀବାରେ ଏହା ତାଙ୍କର ୯୫ତମ ଗୋଲ ଥିଲା ଏବଂ ଅଲଗା ଅଲଗା କ୍ଲବ ଏବଂ ଦେଶର ମିଶାଇ ୭୦୦ ଗୋଲ କରିଛନ୍ତି । ସେ ଉପଲବ୍ଧ ସମୟରେ ୭୦୦ ଗୋଲ କରିଥିବା ଏକମାତ୍ର ଖେଳାଳୀ ଅଟନ୍ତି । ରୋନାଲ୍ଡୋ ନିଜ କ୍ୟାରିୟରରେ ଅଲଗା ଅଲଗା କ୍ଲବ ତମଫରୁ ଖେଳୀ ରିୟଲ ମେଡ୍ରିଡ୍ ପାଈଁ ୪୫୦, ମେନଜେଷ୍ଟର ୟୁନ।।ଇଟେଡ ପାଇଁ ୧୧୮, କ୍ଲବ୍ ଜୁବେଣ୍ଟଓ ପଈଁ ୩୨ ଏବଂ ସ୍ପୋଟିଙ୍ଗ୍ ଲିସ୍ୱନ ପାଇଁ ୫ଟିଗୋଲ ସଂଗ୍ରହ କରିଥିଲେ ।

Related posts

ବାଙ୍ଗାଲୋରକୁ ଭେଟିବ ଓଡିଶା

Odisha Sports Bureau

କିସ ଦେଇ ଫସିଗଲେ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ

Odisha Sports Bureau

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

Odisha Sports Bureau