(ଓଡିଶା ସ୍ପୋର୍ଟସ): ବିଶ୍ୱ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ତାଇ ଜୁ ୟିଙ୍ଗ୍ ଙ୍କ ଅଧିନରେ ଖେଳୁଥିବା ବାଙ୍ଗାଲୁର ରେପ୍ଟର୍ସ ରବିବାର ଦିନ ନର୍ଥ ଇଷ୍ଟେର୍ନ ୱାରିୟର୍ସକୁ ପରାଜିତ କରି ଲଗାତାର ଦ୍ୱିତୀୟଥର ପାଇଁ ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗର ଟାଇଟଲ୍ ନିଜ ନାମରେ କରିଛନ୍ତ୍ି । ବାଙ୍ଗାଲୁର ରିପ୍ଟର୍ସ ଲଗାତାର ଦୁଇଥର ଚମ୍ପିଆନ ହୋଇଥିବା ପ୍ରଥମ ଟିମ୍ ହୋଇଯାଇଛି । ଲିଗର ମଞ୍ଚମ ସିଜିନର ଫାଇନାଲରେ ଭଲ ପ୍ରଦର୍ଶନ କରି ରେପ୍ଟର୍ସ ୪-୨ରେ ବିଜୟ ହାସଲ କରିଛି । ୱାର୍ଲଡ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରଣିତ ଏବଂ ବିଶ୍ୱ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳି ଦତାଇ ଜୁ ମିକ୍ସଡ୍ ଡବଲ୍ ରେ ନର୍ଥ ଇଷ୍ଟର୍ନ ୱାରିୟର୍ସର ଚାଙ୍ଗ୍ ପେଙ୍ଗ୍ ସୁନ ଏବଂ ଇଓମ୍ ହେ ବୋନ୍ଙ୍କୁ ୪-୨ରେ ପରାସ୍ତ କରିଛନ୍ତି । ବି ସାଇ ପ୍ରଣୀତ ପୁରୁଷ ଏକକ ମ୍ୟାଚରେ ହଙ୍ଗକଙ୍ଗ୍ ର ଖେଳାଳି ଲି ଚେଉକ୍ ୟିୟୁଙ୍କ ଠାରୁ ପ୍ରଥମ ସେଟ୍ ହରାଇବା ପରେ ୧୪-୧୫, ୧୫-୯, ୧୫-୩ରେ ବିଜୟ ହାସଲ କରିଛନ୍ତି । ଲି ୟୋଙ୍ଗ୍ ଡାୟ ଏବଂ ବୋଡିନ୍ ଇସାରା କରିଥିଲେ ପୁରୁଷ ଯୁଗୋଳ ଯୋଡି ନର୍ଥ ଇଷ୍ଟର୍ନ ୱାରିୟର୍ସର ଟ୍ରମ୍ପ୍ ମୁକାବିଲାରେ ରିୟାଙ୍ଗ୍ ଅଙ୍ଗନୁଙ୍ଗ୍ ସପୁତାରୋ ଏବଂ ଏଣ୍ଡ୍ରିୟନ ଜାର୍ଜଙ୍କ ଯୋଡି ୧୫-୧୧,୧୩-୧୫, ୧୫-୧୪ରେ ପରାସ୍ତ କରିଛନ୍ତି । ମ୍ୟାଚର ତୃତୀୟ ମୁକାବିଲାରେ ମହିଳା ଏକକର ଥିଲା , ଯେଉଁଠାରେ ବାଙ୍ଗାଲୁର ରେପ୍ଟର୍ସର ତାଇ ଜୁ ୟିଙ୍ଗ୍ ନାର୍ଥ ଇଷ୍ଟର୍ନ ୱାରିୟର୍ସ ମିଶେଲ ଲୀ ଉପରେ ପ୍ରଭାବଶାଳୀ ହୋଇଛି । ତାଇ ଜୁ ୟିଙ୍ଗ୍ ଏହାକୁ ୧୫-୯, ୧୫-୧୨ରେ ନିଜ ନାମରେ କରି ସ୍କୋରକୁ ୨-୨ କରିଦେଇଛନ୍ତି ।
previous post