Uncategorized

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

କଟକ: ଆଜି ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) କଟକରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଆନୁକୂଲ୍ୟରେ ୩୪ତମ ରାଷ୍ଟୀୟ ଖେଳକୁଦ (ଯୋଗାସନ) ସମାରୋହ-୨୦୨୩ ଉଦଯାପିତ ହୋଇଯାଇଛି। ଉଦଯାପନି କାର୍ଯ୍ୟକ୍ରମରେ କିଟ୍ ଡିମଡ୍ ବିଶ୍ବବିଦ୍ୟାଳୟ ଭୁବନେଶ୍ଵରର ଡିନ୍ ଡ.ସଞ୍ଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗକୁ କିପରି ଅଧିକ ପ୍ରୟାସ ଦ୍ବାରା ବିଶ୍ବ ସ୍ତରକୁ ଆଣାଯାଇ ପାରିବ ଓ ଅଲମ୍ପିକ୍ ଖେଳରେ ଯୋଗର ଆବିର୍ଭାବ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ପତଞ୍ଜଳି ଯୋଗ ପିଠ ଓଡିଶାର ପ୍ରଦେଶ ପ୍ରମୁଖ ଶ୍ରୀ ସୁଧାଂଶୁ ଅଧିକାରୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଯୋଗର ପରିଭାଷା ବୁଝାଇଥିଲେ। ପୂର୍ବ କ୍ଷେତ୍ରର ଅଧ୍ୟକ୍ଷ ଡ.ଲକ୍ଷ୍ମୀକାନ୍ତ ମହାରଣା ଯୋଗଦେଇ ଯୋଗର କୁଶଳତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଶିକ୍ଷା ବିକାଶ ସମିତି ଓଡିଶାର ପୂର୍ବୋତ୍ତର ସଂଭାଗର ଅଧ୍ୟକ୍ଷ ଶ୍ରୀ ଅମୂଲ୍ୟ ପ୍ରସାଦ ନାୟକ ଅତିଥି ପରିଚୟ କରିଥିଲାବେଳେ ବିଦ୍ୟାଳୟର କୋଷାଧ୍ୟକ୍ଷା ସୁଶ୍ରୀ ଇନ୍ଦୁମତୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ଖେଳକୁଦ ସମାରୋହର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ଦିଲ୍ଲୀ ପ୍ରାନ୍ତର ସଂଗଠନ ମନ୍ତ୍ରୀ ରବି କୁମାର ଜୀ ଆଖିଳ ଭାରତୀୟ ଯୋଗାସନକୁ କିପରି ସର୍ବ ଭାରତୀୟ ସ୍ତରକୁ ନିଆଯାଇପାରିବ ଓ ସର୍ବ ଭାରତୀୟ ସ୍ତରରେ ବିଦ୍ୟା ଭାରତୀର ସଫଳତା ବଖାଣିଥିଲେ। ଏହି ସମାରୋହରେ ବିଦ୍ୟା ଭାରତୀଙ୍କ ଯୋଗ ସଂଯୋଜକ ରାଜେଶ ଜୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ବୃତ୍ତ କଥନ କରିଥିଲେ। ଅଖିଳ ଭାରତୀୟ କବାଡି ସଂଯୋଜକ ତଥା ଏହି ସମାରୋହରେ ଖେଳ ଅଧିକାରୀ ବିଭୂତି ଭୂଷଣ ଦାଶ, ସଂଘର ପ୍ରଚାରକ ଶ୍ରୀ ବିଜୟ ଗଣେଶ କୁଲକର୍ଣୀ, ଶିକ୍ଷା ବିକାଶ ସମିତି ଓଡିଶାର ସଂଗଠନ ମନ୍ତ୍ରୀ ଶ୍ରୀ ତାରକ ଦାସ ସରକାର, ଉତ୍ତର ପୂର୍ବ ସଂଭାଗର ସମ୍ଭାଗ ସଂଯୋଜକ ତୁଷାର ରଂଜନ ଦାଶ, ପୂର୍ବ କ୍ଷେତ୍ରର ଯୋଗ ସଂଯୋଜକ ମଧୁସୂଦନ ବାରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମାରୋହରେ ନୂଆବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ଦ୍ବାରା ସାମୂହିକ ସଂଗୀତ ଗାନ କରାଯାଇଥିଲା ଓ ସ୍ବର୍ଣ୍ଣ ପୁରସ୍କାର ବିଜେତା ଛାତ୍ରଛାତ୍ରୀମାନେ ଚିତାକର୍ଷକ ଯୋଗ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ। ସର୍ବ ଶେଷରେ ମୁଖ୍ୟ ଅତିଥି ମାନଙ୍କ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ଭାରତର ୧୧ଟି କ୍ଷେତ୍ରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ବାରା ଯୋଗ ପ୍ରଦର୍ଶନ କରାଯାଇଥିଲା ଓ ଏଥିରେ ଦକ୍ଷିଣ ମଧ୍ୟ କ୍ଷେତ୍ର କ୍ଷେତ୍ରଶଃ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ସମାରୋହରେ ଶିକ୍ଷା ବିକାଶ ସମିତି ଓଡିଶାର ବରିଷ୍ଠ ପୂର୍ଣ୍ଣକାଳିନ ଅଧିକାରୀମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି।

Related posts

ବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀଙ୍କୁ ଦୁଇ ସ୍ୱର୍ଣ୍ଣ

Odisha Sports Bureau

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

Odisha Sports Bureau

ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ

Odisha Sports Bureau