Badminton

ସାତ୍ୱିକ ଏବଂ ଚିରାଗଙ୍କ ଯୋଡି ଦ୍ୱିତୀୟ ରାଉଣ୍ଡରେ

(ଓଡିଶା ସ୍ପୋର୍ଟ): ଭାରତୀୟ ଶଟଲର ସାତ୍ୱିକସାଇରାଜ ରେଂକି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଯୋଡି ଇଣ୍ଡୋନେସିଆ ଓପନ ବ୍ୟାଡମିଟନ ଚମ୍ପିଆନସିପରେ ବିଜୟ ସହିତ ଖାତା ଖୋଲିଛନ୍ତି । ସାତ୍ୱିକ–ଚିରାଗଙ୍କ ଯୋଡି ମଙ୍ଗୋଲିଆର ଗୋହ ଜେ ଫେଇ ଏବଂ ନୁର ଇଜଉଦ୍ଦିନଙ୍କୁ ୨୧-୧୯, ୧୮-୨୧,୨୧-୧୯ ସେଟରେ ପରାସ୍ତ କରିଛନ୍ତି ।

ପରବର୍ତ୍ତି ମ୍ୟାଚ୍ ରେ ଭାରତୀୟ ଯୋଡିଙ୍କ ସାମ୍ନା ଇଣ୍ଡୋନେସିଆର ଶୀର୍ଷ ସ୍ଥାନରେ ଥିବା ମାର୍କ ଫର୍ନାଡ୍ଲୀ ଗିଡିୟୋନ ଏବଂ କେବିନ ସଞ୍ଜୟ ସୁକାମଲଜୋଙ୍କ ସହିତ ହେବ । ମିଶ୍ରିତରେ ପ୍ରଣବ ଜେରି ଚୋପଡା ଏବଂ ଏନ୍ ସିକ୍କି ରେଡ୍ଡୀଙ୍କ ଯୋଡି ମଧ୍ୟ ନେଦରଲ୍ୟାଣ୍ଡର ରୋବିନ ତେବଲିଙ୍ଗ୍ ଏବଂ ସେଲେନା ପିକ୍ଙ୍କୁ ୨୫-୨୩, ୧୬-୨୧, ୨୧-୧୯ ସେଯରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଏବେ ଝେଙ୍ଗ ସି ୱେଇ ଏବଂ ହୁଆଙ୍ଗ ୟା କିୟୋଙ୍ଗ ଜୀନର ଶୀର୍ଷ ଯୋଡି ସହିତ ଭେଟ ହେବ । ଅଶ୍ୱିନୀ ପୋନପ୍ପା ଏବଂ ସିକ୍କି ଙ୍କ ଯୋଡିକୁ ମହି ଳା ଯୁଗୋଳରେ ମାଲେସିଆର ୱିୱିୟନ୍ ହୁ ଏବଂ ୟୋପ ଚେଙ୍ଗ ୱେନ ଙ୍କ ଠାରୁ ୨୦-୨୨, ୨୨-୨୦, ୨୦-୨୨ ସେଟରେ ସାମ୍ନା କରିବାକୁ ପଡିଥିଲା । ପିଭି ସିନ୍ଦୁ ଏବଂ କିଦାମ୍ବି ଶ୍ରୀକାନ୍ତ ବୁଧବାର ଦିନ ନିଜର ଅଭିଯାନ ଆରମ୍ଭ କରିବେ ।

Related posts

ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ: ପୁରୁଷ ସିଙ୍ଗଲ୍ସ ଟପ୍‌-୧୦ରେ ଭାରତର ପ୍ରଣୀଥ

Odisha Sports Bureau

ସାଇନା ଓ ସିନ୍ଧୁ ସିଙ୍ଗାପୁର ଓପନର ଦ୍ୱିତୀୟ ରାଉଣ୍ଡରେ

Odisha Sports Bureau

ବ୍ୟାଡମିଣ୍ଟନ୍ ଖେଳାଳି ଏନ ସିକ୍କି ରେଡ୍ଡୀ ଏବଂ ଫିଜିଓ କିରଣ ସି କରୋନା ପଜିଟିଭ୍

Odisha Sports Bureau