Shooting

ସୁଟିଙ୍ଗ୍ ୱାର୍ଲଡ କପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳୀଙ୍କ ସଂଘର୍ଷମୟ କାହାଣୀ

(ଓଡିଶା ସ୍ପୋର୍ଟ): ରିଓ ଡି ଜେନେରିଓରେ ଚାଲିଥିବା ଆଇଏସଏସ୍ଏଫ୍ ସୁଟିଙ୍ଗ୍ ୱାର୍ଲ କପ୍ ୨୦୧୯ରେ ଭାରତୀୟ ସୁଟର ଏଯାବତ୍ ଭଲ ପ୍ରଦର୍ଶନ ଜାରିରଖିଛନ୍ତି । ଗୁରୁବାର ଦିନ ମଧ୍ୟ ଭାରତର ପ୍ରଭାବ ଜାରି ରହିଥିଲା । ଭାରତକୁ ଏକ ସ୍ୱର୍ଣ୍ଣ, ଏକ ରୌପ୍ୟ ଏବଂ ଏକ କାଂଶ୍ୟ ପଦକ ମିଳିଛି । ଖେଳ ଦିବସ ଅବସରରେ ସର୍ବ ପ୍ରଥମେ ୩୮ ବର୍ଷିୟ ସଂଞ୍ଜିବ ରାଜପୁତ୍ ୫୦ ମିଟର ଏୟାର ରାଇଫଲର ଥାର୍ଡ ପୋଜିସନରେ ରଜତ ପଦକ ଜିତି ଟୋକ୍ୱ ଅଲମ୍ପିକ୍ ପାଇଁ କ୍ୱାଲିଫାଇ କରିଛନ୍ତି । ସେହିପରି ୧୦ ମିଟର ଏୟାର ପିସ୍ତଲରେ ଇଭେଣ୍ଟରେ ଅଭିସେକ ବର୍ମା ସ୍ୱର୍ଣ୍ଣ ଏବଂ ସୌøରଭ ଚୌଧୁରୀ କାଂଶ୍ୟ ପଦକ ହାସ କରିଛନ୍ତି । ପଦକ ବିଜେତା ୩ ଖେଳାଳୀଙ୍କ ଜୀବନ କାହାଣୀ ରୋମାଞ୍ଚକର ଅଟେ । ଜଣେ ସ୍କୁଲର ଛାତ୍ର, ଜଣେ ପେସାରେ ଓକିଲ ଏବଂ ଜେଈଣ ଅଲମ୍ପିଆନ ଅଟନ୍ତି ।

ଅଭିଷେକ ବର୍ମା:

୨୪୪.୨ ଅଙ୍କ ସହିତ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅଭିଷେକଙ୍କ ଜୀବନ କାହାଣୀ ବେଶ୍ ରୋମାଞ୍ଚକର ଅଟେ । କମ୍ପ୍ୟୁଟର ସାଇନ୍ସ୍ରେ ବି-ଟେକ୍ କରିବା ପରେ ଅଭିଷେକ ‘ଆଇନ୍’ ପାଠ ପଢିଥିଲେ । ଏହି ସମୟରେ ସେ ବନ୍ଧୁକ ଚାଳନା ଶିକ୍ଷା କରିଥିଲେ । ଏହା ତାଙ୍କର ସୌକ୍ ଥିଲା । ଦେଖୁ ଦେଖୁ ଏହି ସୌକ୍ ତାଙ୍କୁ ଚମ୍ପିଆନ କରିଥିଲା । ୨୦୧୮ରେ ଭାରତ ତରଫରୁ ବେଞ୍ଜିଙ୍ଗ ୱାର୍ଲଡ କପରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ବହୁତ କମ୍ ସମୟରେ ଅନେକ ମେଡାଲ୍ ନିଜ ନାମରେ କରିଥିଲେ । ଜିଲ୍ଲା ନ୍ୟାୟଧିଶଙ୍କ ପୁତ୍ର ଅଭିଷେକ ପ୍ରଥମରୁ ହିଁ ଟୋକ୍ୱ ଅଲମ୍ପିକ୍ ପାଇଁ କ୍ୱାଲିଫାଇ କରିସାରିଛନ୍ତି ।

ସୌରଭ ଚୌଧୁରୀ:

ଅଭିଷେକଙ୍କ ପରେ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିବା ଏବଂ ଟୋକ୍ୱ ଅଲମ୍ପିକ୍ ପାଇଁ କ୍ୱାଲିଫାଇ କରିଥିବା ସୌରଭଙ୍କ ଜୀବନ ସଂଘର୍ଷମୟ ରହିଛି । ଗୋଟିଏ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ସୌରଭ ୧୩ ବର୍ଷ ବୟସରେ ବନ୍ଧୁକ ଚାଳନା ଶିକ୍ଷା କରିଥିଲେ । ସେ ପ୍ରତିଦିନ ୧୫ କି.ମି ଦୁର ଟ୍ରେନିଙ୍ଗ ପାଇଁ ଯାଉଥିଲେ । ଏହି କାରଣରୁ ସେ ୧୭ ବର୍ଷ ବୟସରେ ୫ଟି ୱାର୍ଲଡ କପ୍ ମେଡାଲ, ଏସିଆନ୍ ଗେମ୍ସ ମେଡାଲ ଏବଂ କେତେଗୁଡିଏ ଅନ୍ତରାଷ୍ଟ୍ରିୟ ଚମ୍ପିଆନଶିପ୍ ରେ ପଦକ ନିଜ ନାମରେ କରିଥିଲେ । ସୌରଭ ୧୦ ମିଟର ଏୟାର ପିସ୍ତଲରେ ୱାର୍ଲ ରେକର୍ଡ ଏବଂ ଜୁନିୟର ୱାର୍ଲଡ ରେକର୍ଡ ନିଜ ନାମରେ କରିଛନ୍ତି ।

ସଂଞ୍ଜୀବ୍ ରାଜପୁତ୍:

ରୌପ୍ୟ ପଦକ ହାସଲ କରିଥିବା ସଂଞ୍ଜିବ ରାଜପୁତଙ୍କ ଜୀବନ ବି ସଂଘର୍ଷପୂର୍ଣ୍ଣ ରହିଥିଲା । ୩୮ ବର୍ଷିୟ ସଂଞ୍ଜିବଙ୍କ କ୍ୟାରିୟର ଏବଂ ଜୀବନ ବଳାତ୍କାର ଆରୋପ କାରଣରୁ ଛନ୍ଦି ହୋଇ ପଡିଥିଲା । ତାଙ୍କ ଉପରେ ତାଙ୍କର ଜଣେ ମହିଳା ବନ୍ଧୁ ବଳାକାôରର ଦୋଷ ଦେଇଥିଲେ । ଏହାଯୋଗୁ ସେ ନିଜ ଚାକିରି ହରାଇ ବସିଥିଲେ । ସଂଞ୍ଜିବ୍ ଭାରତୀୟ ନୌସେନାରେ କାମ କରିବା ପରେ ୨୦୦୧ମସିହାରେ ବନ୍ଧୁକ ଚାଳନା ଶିକ୍ଷା କରିଥିଲେ ଏବଂ ଏହା ପରେ ସେ ଲଗାତାର ପଦକ ଜିତିଥିଲେ ।

Related posts

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Odisha Sports Bureau

ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପର ଡବଲ ଟ୍ରିପ୍ରେ ସଂଗ୍ରାମ ଏବଂ ବର୍ଷା ଜିତିଲେ ଟାଇଟଲ୍

Odisha Sports Bureau

୧୦ ମିଟର ଏୟାର ରାଇଫଲ ମିଶ୍ରିତରେ ଅପୂର୍ବି ଏବଂ ଦିପକଙ୍କୁ ସ୍ୱର୍ଣ୍ଣ

Odisha Sports Bureau