Cricket

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ

(ଓଡିଶାସ୍ପୋର୍ଟସ ): ଆଜି ଜମାଇକାର କିଙ୍ଗଷ୍ଟନ୍ସ୍ଥିତ ସାବିନା ପାର୍କରେ ୨ୟ ଟେଷ୍ଟ ମ୍ୟାଚ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ପ୍ରଥମ ଟେଷ୍ଟକୁ ଭାରତ ଏକତରଫା ଜିତିଥିବାରୁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଏହି ଧାରା ଜାରି ରଖିବ ବୋଲି ଆଶା ରଖିଛି। ଏଥି ପାଇଁ ବିରାଟ ବାହିନୀ ଯୋଜନା ମଧ୍ୟ କରିସାରିଛି। ଅନ୍ୟପକ୍ଷରେ ଆୟୋଜକ ୱେଷ୍ଟଇଣ୍ଡିଜ୍ ଟିମ୍ ଏହି ମ୍ୟାଚ୍ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରିବାକୁ ଚାହିଁବ।। ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍କୁ ଭାରତ ସବୁ ବିଭାଗରେ ପରାସ୍ତ କରିଥିଲା। କେବଳ ମୁକାବିଲାର ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ଟିମ୍ ଏକ ପ୍ରକାର ଭଲ ପ୍ରଦର୍ଶନ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୩୦ ରନ୍ରେ ୩ ଜଣ ଆଗଧାଡ଼ିର ଖେଳାଳିଙ୍କୁ ହରାଇଥିଲା। ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ନିମ୍ନ କ୍ରମର ଖେଳାଳି ରବୀନ୍ଦ୍ର ଜାଦେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏକ ମଜବୁତ୍ ସ୍କୋର କରିଥିଲା।
ସେହିପରି ଟିମ୍ ଦ୍ୱିତୀୟ ଇନିଂସରେ ୪୧୯ ରନ୍ ଲକ୍ଷ୍ୟ ନେଇ ଖେଳିଥିବା ବେଳେ ପୂରା ଟିମ୍ର ଖେଳାଳି ୧୦୦ ରନ୍ରେ ଆଉଟ୍ ହୋଇଥିଲେ। ଭାରତ ପ୍ରଥମ ଟେଷ୍ଟକୁ ୩୧୮ ରନ୍ରେ ଜିତିଥିଲା।ଟିମ୍ ଇଣ୍ଡିଆ ଶୁକ୍ରବାର ଭାରତୀୟ ସମୟ ରାତି ୮ଟାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବ। ଜମାଇକାର କିଙ୍ଗଷ୍ଟନ୍ସ୍ଥିତ ସାବିନା ପାର୍କରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍କୁ ଭାରତ ସବୁ ବିଭାଗରେ ପରାସ୍ତ କରିଥିଲା। କେବଳ ମୁକାବିଲାର ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ଟିମ୍ ଏକ ପ୍ରକାର ଭଲ ପ୍ରଦର୍ଶନ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୩୦ ରନ୍ରେ ୩ ଜଣ ଆଗଧାଡ଼ିର ଖେଳାଳିଙ୍କୁ ହରାଇଥିଲା। ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ନିମ୍ନ କ୍ରମର ଖେଳାଳି ରବୀନ୍ଦ୍ର ଜାଦେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏକ ମଜବୁତ୍ ସ୍କୋର କରିଥିଲା।
ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜ୍ ନିଜର ପ୍ରଥମ ଇନିଂସରେ ବିପର୍ୟ୍ୟୟ ହୋଇଥିଲା। ସେହିପରି ଟିମ୍ ଦ୍ୱିତୀୟ ଇନିଂସରେ ୪୧୯ ରନ୍ ଲକ୍ଷ୍ୟ ନେଇ ଖେଳିଥିବା ବେଳେ ଯଶପ୍ରୀତ ବୁମରାଙ୍କ ଦ୍ୱାରା ବିପର୍ୟ୍ୟୟର ଶିକାର ହୋଇଥିଲା। ଦ୍ୱିତୀୟ ଇନିଂସରେ ବୁମରା ୫ଟି ଓ୍ଵିକେଟ ନେଇଥିଲେ। ପୂରା ଟିମ୍ର ଖେଳାଳି ୧୦୦ ରନ୍ରେ ଆଉଟ୍ ହୋଇଥିଲେ। ଭାରତ ପ୍ରଥମ ଟେଷ୍ଟକୁ ୩୧୮ ରନ୍ରେ ଜିତିଥିଲା।

Related posts

ପୁଣି ତୃତୀୟ ଥର ଭାରତ- ଆୟର୍ଲାଣ୍ଡ ମୁହାଁମୁହିଁ

Odisha Sports Bureau

ବିଶ୍ୱକପ ଟ୍ରଫିକୁ ଅନାବରଣ କଲେ ଉର୍ବଶୀ ରୌତେଲା

Odisha Sports Bureau

ପ୍ରଥମ ଥର ଅହମଦାବାଦ୍ ଷ୍ଟାଡିୟମରେ ଜଲୱା ଦେଖାଇଲା ଟିମ୍ ଇଣ୍ଡିଆ, ଲଗାତର ଦ୍ଵିତୀୟ ଥର ବିଶ୍ଵକପ୍ ହାତେଇଲା ଭାରତ