More Sports

ହାଫ ମାରାଥନରେ ରେକର୍ଡ ସୃଷ୍ଟିକଲେ କୋସେଗି

(ଓଡିଶା ସ୍ପୋର୍ଟ ): କେନିଆର ଧାବିକା କୋସେଗି ରବିବାର ଦିନ ମହିଳାମାନଙ୍କ ଦ୍ୱାରା ସବୁଠାରୁ ଶିଘ୍ର ହାପ୍ ମାରାଥନ ପୂରଣ କରିବାରେ ନିଜର ରେକର୍ଡ ସୃଷ୍ଟି କରିଛନ୍ତି । କୋସେଗ ୧ଘଣ୍ଟା ୪ ମିନିଟ୍ ୨୮ ସେକେଣ୍ଡର ସମୟ ସହିତ ଗ୍ରେଟ ନାର୍ଥ ରନ ଜିତି ହାଫ୍ ମାରାଥନକୁ ସବୁଠାରୁ କମ୍ ସମୟରେ ପୁରଣ କରିଥିବା ଖେଳାଳୀ ହୋଇଛନ୍ତି ।

ଆଗରୁ ହାଫ୍ ମାରାଥନକୁ ସବୁଠାରୁ କମ୍ ସମୟରେ ପୁରଣ କରିଥିବାର ରେକର୍ଡ କେନିଆର ଜାଁୟସୀଲିନ ଜେପକୋସେଙ୍ଗଙ୍କ ନାମରେ ଥିଲା, ଯେ କି ୨୦୧୭ ମସିହାରେ ୧:୦୪.୫୧ର ସମୟ ନେଇ ଜିତିଥିଲେ । କିନ୍ତୁ କୋସେଗି ତାଙ୍କଠାରୁ ୨୩ ସେକେଣ୍ଡ କମ୍ ସମୟ ନେଇ ଏହି ରେକର୍ଡ କରିଛନ୍ତି, ଅବଶ୍ୟ ଏହି ରେକର୍ଡ ତାଙ୍କ ନାମରେ ହୋଇନାହିଁ କାହିଁକି ନାଁ ଇଂଲଣ୍ଡର ଗ୍ରେଟ ନାର୍ଥ ରନ୍ କୋର୍ସ ୱାର୍ଲ ରେକର୍ଡର ପାତ୍ର ନୁହଁନ୍ତି । ସେହିପରି ପୁରୁଷଙ୍କ ମଧ୍ୟରେ ୪ଥର ଚମ୍ପିଆନ ହୋଇଥିବା ୩୬ ମର୍ଷିୟ ମୋ ଫରାହ ଏହି ମାରାଥନ ରେକର୍ଡ ଷଷ୍ଠ ଥର ପାଇଁ ନିଜ ନାମରେ କରିଛନ୍ତି ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

Odisha Sports Bureau

ରେଡବୁଲର ୧୦୦ତମ ବିଜୟ ସହ କାନାଡ଼ିଆନ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ୍

ପ୍ରୋ କବାଡ୍ଡି: ହରିଆଣା ପାଟନାକୁ ୩୯-୩୪ରେ ପରାସ୍ତ କଲା

Odisha Sports Bureau